Onn 3

ବିଜେପିରେ ମିଶିଲେ କଂଗ୍ରେସ କର୍ମୀ

Politics State

ଆଗରପଡ଼ା:ବନ୍ତ ବ୍ଲକ ବଡ଼ମହିଁଷଗୋଠ ପଂଚାୟତ ଅନ୍ତର୍ଗତ ନରାଜପୁର ଓ ବଡ଼ମହିଁଷଗୋଠ ଗ୍ରାମର ଭୀମସେନ ନାଥ,ରନ୍‌ôାକର ଯେନା ଓ ବସନ୍ତ ଯେନା ଙ୍କ ପରିବାର ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ଆଗରପଡ଼ା ମହତାବ ମଣ୍ଡଳ ସାଧାରଣ ସଂପାଦକ ଅମୂଲ୍ୟ ରତ୍ନ ନନ୍ଦଙ୍କ ନେତୃତ୍ୱରେ ଉକ୍ତ ୩ଗୋଟି ପରିବାରକୁ ବିଜେପିର ବରିଷ୍ଠ ନେତା ଡ଼ଃ ସୁଧାଂଶୁ ଶେଖର ନାୟକ ଦଳୀୟ ଉତ୍ତରୀୟ ପ୍ରଦାନ ପୂର୍ବକ ସ୍ୱାଗତ କରିବା ସହ ଆଗାମୀ ଦିନରେ ଦଳକୁ ମଜବୁତ କରିବାକୁ ହେଲେ ତୃରମୂଳ ସ୍ତରୀୟ କର୍ମୀଙ୍କ ଆବଶ୍ୟକତା ଅଛି ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ ।

ରାଜ୍ୟ ବିଜେପି ସଂପାଦକ ଅଭିମନ୍ୟୁ ସେଠୀ,ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ନେତା ବଦ୍ରୀ ନାରାୟଣ ଧଳ,ବରିଷ୍ଠ ନେତା ପଂଚାନନ ରାଉତ ପ୍ରମୁଖ ନୂତନ ଭାବେ ଦଳରେ ଯୋଗ ଦେଇଥିବା ୩ଗୋଟି ପରିବାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।