Onn 3

ନବ ବିବାହିତାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

Crime State

ଆଠଗଡ଼ : ଆଠଗଡ଼ ଥାନା ଅନ୍ତର୍ଗତ ଜେନାପଦାରେ ନବ ବିବାହିତା ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି । ଘଟଣା ସ୍ଥଳରେ ଆଠଗଡ଼ ପୋଲିସ୍ ପହଞ୍ଚି ହତ୍ୟା ନା ଆତ୍ମହତ୍ୟା ତାହାକୁ ନେଇ ତତନ୍ତ ଜାରୀ ଜାରି ରହିଛି ।

ମହିଳା ଜଣଙ୍କ ନ’ ମାସର ଗର୍ଭବତୀ ଥିବା ପରିବାର ପକ୍ଷରୁ ସୂଚନା ମିଳିଥିବା ବେଳେ ଶାଶୁ ଘର ଲୋକ ଝିଅକୁ ମାରି ଝୁଲାଇ ଦେଇ ଥିବା ବାପା ଘର ପକ୍ଷରୁ ଅଭିଯୋଗ କରାଯାଛି । ଖବର ପାଇ ଘଟଣା ସ୍ଥଳରେ ଆଠଗଡ଼ SDPO ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାର ଅନୁଧ୍ୟାନ ଜାରି ରଖିଛନ୍ତି । ଅନ୍ୟ ପକ୍ଷରେ ଏହି ଘଟଣାରେ ସ୍ୱାମୀ ଓ ଶ୍ୱଶୁରଙ୍କୁ ସନ୍ଦେହ କରି ଅଟକ ରଖିଛି ଆଠଗଡ଼ ପୋଲିସ୍ ।

ବାପା ଘର ଲୋକ କିଛି ଦିନ ପୂର୍ବରୁ ଝିଅର ସ୍ଵାଦ ଖାଇବା ନେଇ ତିରିଶି ପେଟି ବିଭିନ୍ନ ପ୍ରକାରର ଖାଦ୍ୟ ଓ ମିଷ୍ଟାନ୍ନ ନେଇ ଆସିଥିବା ବେଳେ ଶାଶୁ ଘର ଲୋକ ଚାଳିଶ ପେଟି ମିଠା ଓ କୋଡ଼ିଏ ହଜାର ଟଙ୍କା ନେଇ ଆସିବାକୁ ଦାବି କରିଥିବା ଝିଅର ବାପା ଘର ପକ୍ଷରୁ ଅଭିଯୋଗ ହୋଇଛି । ଏନେଇ ପରିବାର ଭିତରେ ବିଭିନ୍ନ ସମୟରେ କଳହ ହେଉ ଥିବା ନେଇ ବାପା ଘର ପକ୍ଷ ଅଭିଯୋଗ କରିଛନ୍ତି । ଝିଅକୁ ମାରି ଝୁଲାଇ ଦେଇଥିବା ଝିଅର ପରିବାର ପକ୍ଷରୁ ଅଭିଯୋଗ ହୋଇଛି।