Onn 3

ଚିହ୍ନଟ ହୋଇନଥିବା ୨୮ ମୃତଦେହର ହେବ ଅନ୍ତିମ ସଂସ୍କାର

State

 

trai

ଭୁବନେଶ୍ବର: ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣା । ଚିହ୍ନଟ ହୋଇନଥିବା ୨୮ ମୃତଦେହର ହେବ ଅନ୍ତିମ ସଂସ୍କାର  । ଚିହ୍ନଟ ନ ହୋଇ ଏମ୍ସରେ ଏସବୁ ମୃତଦେହ ରହିଥିଲା । ସଂସ୍କାର ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ସିବିଆଇର ଚିଠି ପରେ ପ୍ରକ୍ରିୟା ଆରମ୍ଭ ହୋଇଛି । ଏ ନେଇ ବିଏମସି ଏସଓପି ଜାରି କରିଛି । ସମ୍ପୂର୍ଣ୍ଣ ସଂସ୍କାରର ଭିଡିଓଗ୍ରାଫି ହେବ  । ମୃତଦେହ ହସ୍ତାନ୍ତରଠାରୁ ସଂସ୍କାର ଯାଏ ସବୁର ଭିଡିଓଗ୍ରାଫି କରାଯିବ ।

ଖବର ଅନୁଯାୟୀ ବାହାନଗା ଟ୍ରେନ ଟ୍ରାଜେଡିରେ ପ୍ରାଣ ହରାଇଥିବା ୨୮ ଅଚିହ୍ନା ମୃତଦେହକୁ ଭୁବନେଶ୍ବର ଏମ୍ସରେ ରଖାଯାଇଛି । ଗତ ଜୁନ୍ ୨ ତାରିଖରେ ବାହାନଗା ଟ୍ରେନ୍ ଦୁର୍ଘଟଣାରେ  ୨୯୫ ଜଣଙ୍କର ମୃତ୍ୟୁ ଘଟିଥିଲା । ଦୁଇଟି ପର୍ଯ୍ୟାୟରେ ଏମ୍ସକୁ ୧୬୨ ଟି ମୃତଦେହ ଆସିଥିଲା । ପ୍ରଥମେ ୫୩ ମୃତକଙ୍କୁ ହସ୍ତାନ୍ତର କରାଯାଇଥିବାବେଳେ ଏବେ ବି ୨୮ ମୃତଦେହ ପଡିରହିଛି  । ଯେଉଁ ଗୁଡିକୁ ଏବେ ଅନ୍ତିମ ସଂସ୍କାର କରାଯିବ  ।