Onn 3

ଅଳ୍ପକେ ବର୍ତ୍ତିଗଲେ ନୁସ୍‌ରତ୍‌

National & International

 

ନୂଆଦିଲ୍ଲୀ: ଶନିବାର ପ୍ରତ୍ୟୁଷରୁ ଆତଙ୍କବାଦୀ ସଙ୍ଗଠନ ହମାସ୍‌ ଗାଜାରୁ ଇସ୍ରାଏଲ୍‌ ଆଡ଼କୁ ମାତ୍ର ୨୦ ମିନିଟ୍‌ ମଧ୍ୟରେ ପ୍ରାୟ ୫୦୦୦ ରକେଟ ନିକ୍ଷେପ କରି ଆକ୍ରମଣ ଆରମ୍ଭ କରିଥିଲା।  ବିଭିନ୍ନ ପଥ ଓ ପାରାସୁଟ୍‌ ଯୋଗେ ମଧ୍ୟ ଅନେକ ଆତଙ୍କବାଦୀ ଇସ୍ରାଏଲ୍‌ରେ ଅନୁପ୍ରବେଶ କରିବାରେ ସଫଳ ହୋଇଥିଲେ।

ଏହି ଆକ୍ରମଣକୁ ହମାସ୍‌ର ମିଲ୍‌ଟାରି ୱିଙ୍ଗ୍‌ ‘ଅଲ୍‌ କସମ୍‌ ବ୍ରିଡାଗେସ୍‌’ ‘ଅଲ୍‌ ଅକ୍‌ସା ଫ୍ଲଡ୍‌’ ଅଭିଯାନ ବୋଲି ଘୋଷଣା କରିଛି। ସେହିପରି, ଇସ୍ରାଏଲ୍‌ ହମାସ୍‌ ବିରୋଧରେ ଆରମ୍ଭ କରିଥିବା ପ୍ରତିଆକ୍ରମଣକୁ ‘ଅପରେସନ୍‌ ଆଇରନ୍‌ ସୋର୍ଡସ୍‌’ ବୋଲି କହିଛି।ଏଭଳି ପରିସ୍ଥିତିରେ ନୁସ୍‌ରତ୍‌ ‘ହାଫିଆ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ’ରେ ଯୋଗ ଦେବା ପାଇଁ ଇସ୍ରାଏଲ୍‌ ଯାଇଥିଲେ। ଏହି ସମୟରେ ସେ ସେଠାରେ ଫସି ଯାଇଥିଲେ। ତାଙ୍କ ସହ ଯୋଗାଯୋଗ ହୋଇ ପାରୁ ନଥିଲା। କିନ୍ତୁ ସମ୍ପ୍ରତି ଖବର ଆସିଛି କି ସେ ସୁରକ୍ଷିତ ଅଛନ୍ତି ବିମାନ ଯୋଗେ ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିଯାଇଛନ୍ତି।

ଏହି କ୍ରମରେ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଦେଖିବାକୁ ମିଳୁଛ ଇସ୍ରାଏଲ‌ରେ ଯୁଦ୍ଧ ଆରମ୍ଭ ହୋଇଯାଇଥିବା ବେଳେ ‘ହାଫିଆ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ’ରେ ସାମିଲ ହେବାକୁ ଯାଇଛନ୍ତି। ଆଉ ଖୁବ ଖୁସି ଅଛନ୍ତି। ସେ ମଞ୍ଚ ଉପରେ ଷ୍ଟାରଙ୍କ ସହ ମିଶି ଗୀତ ବି ଗାଉଛନ୍ତି। ବାହାରେ ଯେ ଯୁଦ୍ଧ ଆରମ୍ଭ ହୋଇଯାଇଛି ସେ ଘଟଣା ବିଷୟରେ ଅଭିନେତ୍ରୀ ସାମ୍ୟକ ସୂଚନା ବି ପାଇ ନାହାନ୍ତି ଭଳି ଅନୁଭବ ହେଉଛି।

ଭଗବାନଙ୍କ କୃପାରୁ ସେ ସୁରକ୍ଷିତ ଅଛନ୍ତି ଖୁବଶୀଘ୍ର ମୁମ୍ବାଇ ବିମାନବନ୍ଦରରେ ସେ ପହଞ୍ଚିଯିବେ ବୋଲି ସୂଚନା ମିଳିଛି।