Assembly

ଏସସିଏସଟି ସଂରକ୍ଷଣକୁ ନେଇ ବିରୋଧୀଙ୍କ ତୁମ୍ବିତୋଫାନ, ଚାଲିପାରିଲା ନାହିଁ ଗୃହକାର୍ଯ୍ୟ

State

ଭୁବନେଶ୍ୱର : ବିଧାନସଭାରେ ସଂରକ୍ଷଣ ତାତି । ଚାଲିପାରିଲା ନାହିଁ ଗୃହକାର୍ଯ୍ୟ । ଚାକିରୀ ଓ ଶିକ୍ଷା କ୍ଷେତ୍ରରେ ଓବିସି ଏବଂ ଏସସିଏସଟି ସଂରକ୍ଷଣକୁ ନେଇ ତମ୍ବିତୋଫାନ କରିଛନ୍ତି ବିରୋଧୀ । ଆଜି ଗୃହ ଆରମ୍ଭରୁ ବିରୋଧୀ ଏ ପ୍ରସଙ୍ଗ ଉଠାଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେପଟେ ସରକାରୀ ଦଳ କହିଛି, କେବଳ ଅପ୍ରସଙ୍ଗକୁ ପ୍ରସଙ୍ଗ କରାଯାଉଛି । ଖର୍ଚ୍ଚ ଅନୁଦାନ ଆଲୋଚନା ଆରମ୍ଭରୁ ହିଁ କଂଗ୍ରେସର ହଟଗୋଳ କରିଥିଲା । ଗୃହ ମଧ୍ୟ ଭାଗରେ ପ୍ରତିବାଦ ଜାରି କରିଥିଲା । ଏସସି,ଏସଟି ଓ ଓବିସି ସଂରକ୍ଷଣ ନେଇ ଆଲୋଚନା ଦାବି ସହ ଜାତିଭିତ୍ତିକ ଜନଗଣନା ପାଇଁ ଦାବି କରିଛନ୍ତି ବିରୋଧୀ । ବାରମ୍ବାର ଗୃହ ମୁଲତବୀ ହୋଇଥିଲା । ପରେ କଂଗ୍ରେସ ଗୃହ ପରିତ୍ୟାଗ କରି ବିଧାନସଭା ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ।

ବିଧାନସଭା ଶୂନ୍ୟକାଳରେ ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ହୋହାଲ୍ଲା । ଏସସି,ଏସଟି ଓ ଓବିସି ସଂରକ୍ଷଣ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ଓ ବିଜେଡି  । ରାଜ୍ୟରେ ଓବିସିଙ୍କ ସଂଖ୍ୟା ୫୪ ପ୍ରତିଶତ। ଚାକିରୀରେ ୨୭ ପ୍ରତିଶତ ସଂରକ୍ଷଣ ବଦଳରେ ମିଳୁଛି ମାତ୍ର ୧୧ ପ୍ରତିଶତ ସଂରକ୍ଷଣ । ସେହିପରି ଶିକ୍ଷା କ୍ଷେତ୍ରରେ ଓବିସି ବର୍ଗର ଛାତ୍ରଛାତ୍ରୀଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ମିଳିବା କଥା । କିନ୍ତୁ ତାହା ଆଦୌ ମିଳୁନାହିଁ । ସେହିପରି ରାଜ୍ୟରେ ଏସସିଏସଟିଙ୍କ ଜନସଂଖ୍ୟା ୪୦ ପ୍ରତିଶତ । ଏମାନଙ୍କୁ ସରକାରୀ ଚାକିରିରେ ୩୮.୭୫ ପ୍ରତିଶତ ସଂରକ୍ଷଣ ମିଳୁଛି । ଶିକ୍ଷାକ୍ଷେତ୍ରରେ ମାତ୍ର ୨୦ ପ୍ରତିଶତ ସଂରକ୍ଷଣ ମିଳୁଛି ।

ଏ ବ୍ୟବସ୍ଥାକୁ ନେଇ ବିଧାନସଭାରେ ତାତିଛନ୍ତି ବିରୋଧୀ । ଉଭୟ କଂଗ୍ରେସ ଓ ବିଜେଡି ସଂରକ୍ଷଣ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛନ୍ତି । ଗୃହ ଆରମ୍ଭରୁ ଏ ପ୍ରସଙ୍ଗକୁ ଧରି ବିରୋଧୀ ପ୍ରବଳ ହଟ୍ଟଗୋଳ, ନାରାବାଜି କରିଥିଲେ ।  ଲିଫଲେଟ ଫୋପାଡ଼ିଥିଲେ କଂଗ୍ରେସ ବିଧାୟକ । ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ । ଫଳରେ ଅପରାହ୍ଣ ୪ଟା ଗୃହ ମୁଲତବୀ ହୋଇଥିଲା । ଅପରାହ୍ଣ ଅଧିବେଶନରେ କଂଗ୍ରେସ ବିଧାୟକମାନେ କକ୍ଷତ୍ୟାଗ ବିଧାନସଭା ପରିସରରେ ଥିବା ଗାନ୍ଧିପ୍ରତମୂର୍ତ୍ତି ତଳେ ଧାରଣା ଦେଇଥିଲେ । ଏ ପ୍ରସଙ୍ଗରେ ପ୍ରସ୍ତାବ ଆଣି ଆଲୋଚନା କରିବା ପାଇଁ ଦାବି କରିଛି ବିଜେଡି । ସେପଟେ ବିରୋଧୀଙ୍କୁ କାଉଣ୍ଟର କରିଥିଲା ଶାସକ ଦଳ । ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛି ବୋଲି କହିଛି ବିଜେପି ।

ଗତକାଲି ବିଧାନସଭାରେ ବାଚସ୍ପତିଙ୍କୁ ଅସମ୍ମାନ ଘଟଣାରେ ବିରୋଧୀ ବିଜେଡିକୁ ସମାଲୋଚନା କରିଛି ଶାସକ ଦଳ । ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଗତକାଲି ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ସୋର ବିଧାୟକ ମାଧବ ଧଡ଼ା ଓ ଦେବଗଡ଼ ବିଧାୟକ ରୋମାଞ୍ଚ ବିଶ୍ବାଳ ଚଢ଼ିବାକୁ ଉଦ୍ୟମ କରିଥିଲେ । ବାଚସ୍ପତିଙ୍କୁ ଏହି ଅସମ୍ମାନ ଘଟଣାରେ ଉଭୟ ବିଧାୟକଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ । ବିଜେପି ବିରୋଧୀ ଦଳ ଭାବେ ଗୃହରେ ପୂର୍ବରୁ କରିଥିବା ଆଚରଣ ନେଇ ସମାଲୋଚନା କରିଛି ବିଜେଡି ।