Onn 3

ଚକ୍ରାପାଢୀ ବିଦ୍ୟାଳୟ ବାର୍ଷିକ କ୍ରୀଡ଼ା ଉତ୍ସବ

State

ଆଗରପଡ଼ା :ବନ୍ତ ବ୍ଲକ ଚାରିଗାଁ ପଞ୍ଚାୟତ ଅନ୍ତର୍ଗତ ଚକ୍ରପାଢୀ ବିଦ୍ୟାଳୟ ପରିସରରେ ବାର୍ଷିକ କ୍ରୀଡା ଉତ୍ସବ ପାଳିତ ହୋଇଯାଇଛି । ୨ଦିନ ଧରି ପାଳିତ ଉକ୍ତ ଉତ୍ସବର ଉଦଘାଟନୀ ଉତ୍ସବରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ କବିତା ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଧି ଭାବେ ସ୍ଥାନୀୟ ସମିତିସଭ୍ୟ ଧରଣୀଧର କର ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ଗଣେଷ ପ୍ରସାଦ ଭୋଳ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଞ୍ଚ ବନମାଳୀ ବେହେରା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମୃତ୍ୟୁଞ୍ଜୟ କୁଣ୍ଡୁ, ପଂଚାୟତ ବିଜେଡ଼ି ସଭାପତି ପର୍ଶୁରାମ ପାଣିଗ୍ରାହୀ,ପୂର୍ବତନ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜୟଦେବ ସାହୁ,ଅବସର ପ୍ରାପ୍ତ ଶିକ୍ଷକ ମଧୁସୂଦନ ସାହୁ, ଅଣିଜୋ ଆଞ୍ଚଳିକ ସାଧନ ସଂଯୋଜକ ଅକ୍ଷୟ ସାହୁ ପ୍ରମୁଖ ଅତିଥିଭାବେ ଯୋଗଦେଇ ଶିକ୍ଷା କ୍ଷେତ୍ରରେ କ୍ରୀଡ଼ାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।

ଦୁଇଦିନ ଧରି ଆୟୋଜିତ କ୍ରୀଡ଼ା ଉତ୍ସବରେ ଦୌଡ଼, ବାଇଗଣ ଦୌଡ, ସ୍ଲୋ ସାଇକେଲ,ଲମ୍ବ ଡ଼ିଆଁ, ଉଚ୍ଚ ଡ଼ିଆଁ, ସ୍କିପିଂ, ବେଲୁନ ଫଟା, ଆଳୁ ଚାମଚ, ମ୍ୟୁଜିକ ଚେୟାର, ଡ଼ିସିକସ ଥ୍ରୋ ଆଦି ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ବିଭିନ୍ନ ଖେଳକୁ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ କବିତା ପାଣିଗ୍ରାହୀ,ଏସଏମସି ସଭାପତି ମୃତ୍ୟୁଞ୍ଜୟ କୁଣ୍ଡୁ, ପ୍ରଫୁଲ୍ଲ ବିଶ୍ୱାଳ,ପ୍ରଫୁଲ୍ଲ ନାୟକ,ବିଜୟ ଦାସ, ବିଶ୍ୱନାଥ ଜେନା, ବୃନ୍ଦାବନ ଜେନା, ନିରୂପମା ଦାଶ, କଳ୍ପନା ସାହୁ ପ୍ରମୁଖ ଶିକ୍ଷକ,ଶିକ୍ଷୟିତ୍ରୀଙ୍କ ସମତେ ପରିଚାଳନା କମିଟି ସଭ୍ୟ/ସଭ୍ୟା ପରିଚାଳନାରେ ସହଯୋଗ କରିଥିଲେ । ଏହି କ୍ରୀଡ଼ା ଉତ୍ସବରେ ଅଭିଭାବକ, ଅଭିଭାବିକାଙ୍କ ସମେତ ଗ୍ରମାବାସୀ ଉପସ୍ଥିତ ଥିଲେ ।