Onn 3

ମୟୂରଭଞ୍ଜ ଫୁଟବଲ ଏକାଡେମୀ ଟ୍ରଷ୍ଟ ଆନୁକୂଲ୍ୟରେ ୨ୟ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଜାମଦା ଏକାଦଶ ଚମ୍ପିୟାନ

sports State

ବାରିପଦା: ମୟୂରଭଞ୍ଜ ଫୁଟବଲ ଏକାଡେମୀ ଟ୍ରଷ୍ଟ ଆନୁକୂଲ୍ୟରେ ୨ୟ ବାର୍ଷିକ ତ୍ରିଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ସୂଚନାଯୋଗ୍ୟ ଅକ୍ଟୋବର ୨ ତାରିଖରେ ପୂର୍ବ ମୟୂରଭଞ୍ଜ ଜିଲ୍ଲାର ୧୬ ଟି ଟିମ୍ ଏବଂ ଅକ୍ଟୋବର ୩ ରେ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲାର ୧୬ ଟି ବଛାବଛା ଟିମ୍ ଅଂଶ ଗ୍ରହଣ କରିଥିଲେ । ବାରିପଦାରେ ବାରିପଦା ମ୍ୟୁନିସିପାଲଟି ଏକାଦଶ ଫାଇନାଲକୁ ଉଠିଥିବାଵେଳେ ରାଇରଙ୍ଗପୁରରେ ଜାମଦା ଏକାଦଶ ଫାଇନାଲକୁ ଉଠିଥିଲା | ଯଶିପୁର ରେ ଫାଇନାଲ ଖେଳରେ ଜାମଦା ଏକାଦଶ ୪/୧ ରେ ବାରିପଦା ମ୍ୟୁନିସିପାଲଟି କୁ ହରାଇ ଚମ୍ପିୟାନ ହୋଇଛି ।

ଫାନାଲଖେଳରେ କେନ୍ଦ୍ରମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁ, ମୟୂରଭଞ୍ଜ ରାଜା ପ୍ରବୀଣ ଭଂଜଦେଓ, ଆଡଭୋକେଟ ବରୁଣ ଦେ, ସଂଜୟ ନାୟକ, ଦୀପକ ବେହେରା,ଵସନ୍ତ ମହାନ୍ତ ପ୍ରମୁଖ ଫାଇନାଲ ଖେଳରେ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଅତିଥିଗଣ ଚମ୍ପିୟାନ ଦଳକୁ ୩୦ ହଜାର ଟଙ୍କା ଏବଂ ରନର୍ସ ଅପ୍ ଟିମକୁ ୨୦ ହଜାର ଟଙ୍କା ପୁରସ୍କୃତ କରିଥିଲେ । ବାରିପଦାରେ ମୟୂରଭଞ୍ଜ ଫୁଟବଲ ଏକାଡେମୀ ଟ୍ରଷ୍ଟ ତରଫରୁ କେନ୍ଦ୍ର ସରକାରଙ୍କ ସହାୟତାରେ ଫୁଟବଲ ଏକାଡେମୀ ପ୍ରତିଷ୍ଠା କରାଯାଉଛି । ଏଠାରେ କୋଚ , ଖେଳାଳି,ଖେଳ ସାମଗ୍ରୀ ବ୍ୟବସ୍ଥା କରାଯିବ ।ନୂତନ ଫୁଟବଲ ଯୁବ ତାରକା ସୃଷ୍ଟି ହେବେ ।ଜିଲ୍ଲା,ରାଜ୍ୟ ଓ ଦେଶ ପାଇଁ ଖେଳି ସୁନାମ ଅର୍ଜନ କରିବା ସହ ସରକାରୀ ସ୍ତରରେ ବିଭିନ୍ନ ଉଚ୍ଚ ପଦ ପଦବୀରେ ନିଯୁକ୍ତିର ସୁଯୋଗ ପାଇ ପାରିବେ । କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ଯମକୁ ଫୁଟବଲ ଖେଳାଳୀ ଓ ପ୍ରଶଂସକ ସାଧୁବାଦ ଜଣାଇଥିଲେ ।