Onn 3

ଦିନକୁ ଦିନ ଲୁପ୍ତ ହେବାକୁ ବସିଛି ଚାରଣ ଭୂମି, ରାସ୍ତାରେ ଗୋ ସମ୍ପଦ

State

ଆଗରପଡ଼ା:ଏକ ସୁସ୍ଥ ସମାଜ ଗଠନ ସହ କୃଷିର ଉନ୍ନତି ଓ ପରିବେଶର ଭାରସାମ୍ୟକୁ ରକ୍ଷା ପାଇଁ ପ୍ରାଣୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣର୍। ଏଥିନିମନ୍ତେ ସରକାର ପ୍ରାଣୀଧନର ବିକାଶ ପାଇଁ ବିଭିନ୍ନ ଯୋଜନା ମଧ୍ୟ କାର୍ଯ୍ୟକାରୀ କରିଛନ୍ତି। ବିଶେଷ କରି ଗ୍ରାମାଚଂଳରେ ବସବାସ କରୁଥିବା ଚାଷୀ ସେମାନଙ୍କର ଆୟର ଅଭିବୃଦ୍ଧି କରିବାପାଇଁ ଗାଈ, ଛେଳି ,ମେଣ୍ଢା, କୁକୁଡ଼ା ଆଦି ପାଳନ କରନ୍ତି। ପ୍ରାଣୀ ସମ୍ପଦର ବିକାଶ ତଥା ଉପଯୁକ୍ତ ଚିକତ୍ସା ପାଇଁ ସରକାର ପ୍ରାଣୀଧନ ଚିକିତ୍ସା କେନ୍ଦ୍ରମାନ ନିର୍ମାଣ କରିଛନ୍ତି। ଏହି ପ୍ରାଣୀଧନ କେନ୍ଦ୍ର ମାନ ଅନ୍ୟୁନ ତିନିଗୋଟି ପଂଚାୟତକୁ ନେଇ ଗଠିତ ହେବାର ଯୋଜନା ରହିଛି । ଏହି କେନ୍ଦ୍ର ପାଇଁ ଗୃହ ନିର୍ମାଣ କରାଯାଇ ଥିଲେ ହେଁ କେଉଁଠି ଅଧାପନ୍ତରିଆ ଭାବେ ପଡ଼ିଛି ତ କେଉଁଠି ଅଧିକାରୀ ନଥିବାରୁ ତାହା ଖାଲିପଡ଼ିଛି। ବନ୍ତ ବ୍ଳକରେ ବନ୍ତ ଓ ଆଗରପଡ଼ାରେ ଦୁଇଟି ପଶୁଚିକିତ୍ସା କେନ୍ଦ୍ର ସହ ଏହା ଅଧିନରେ ୧୧ଟି ପଶୁ ଚିକିତ୍ସା ଉପକେନ୍ଦ୍ର ରହିଛି। ପ୍ରାଣୀଧନ ନିରୀକ୍ଷକ ପଦ ଖାଲି ପଡ଼ିଥିବା ବେଳେ ଆଟେଣ୍ଡାଣ୍ଟ ପଦ ମଧ୍ୟ ଫାଙ୍କା ପଡ଼ିଛି।।

ବହୁ ବର୍ଷ ପୂର୍ବେ ପ୍ରତି ପଂଚାୟରେ ଗୋମିତ୍ର କାର୍ଯ୍ୟ କରିବାର ଥିବା ବେଳେ ଏବେ ମାତ୍ର ଜଣେ କାର୍ଯ୍ୟ କରୁଥିବାର ଜଣାପଡ଼ିଛି। ଏହି ବ୍ଲକ ଅଧିନରେ ଥିବା କେନ୍ଦ୍ର ଗୁଡ଼ିକରେ ଗୃହାଭାଗ ସାଂଗକୁ କର୍ମଚାରୀଙ୍କ ଅଭାବ ଯୋଗୁଁ ପ୍ରାଣୀ ମାନଙ୍କର ଚିକିତ୍ସାରେ ସାଜିଛି ପ୍ରତିବଦ୍ଧକ। ଆହୁରି ମଧ୍ୟ ଗୋ ଚାରଣ ପାଇଁ ଉଦ୍ଦିଷ୍ଟ ଥିବା ଚାରଣ ଭୂମି ଦିନକୁ ଦିନ ଲୁପ୍ତ ହେବାକୁ ବସୁଛି। ଫଳରେ ରାଜରାସ୍ତା ତାଙ୍କ ପାଇଁ ଚାରଣ ଭୂମି ପାଲଟିଛି। ବହୁ ସମୟରେ ଏଥିଯୋଗୁଁ ଦୁର୍ଘଟଣା ମାନ ଘଟିବାରେ ଲାଗିଛି। ବନ୍ତ ତହସିଲ ଅଧିନରେ ୨୦୮ଟି ରାଜସ୍ୱ ଗ୍ରାମରେ ଶହଶହ ଏକର ପରିମିତ ଚାରଣ ଭୂମି ଥିବା ବେଳେ , ବହୁ ଏକର ପରିମିତ ଗୋଚର ପଡ଼ିଆ ଜବରଦଖଲରେ ରହିଛି। ଅନ୍ୟପକ୍ଷରେ ଚାରଣ ଭୂମି ର ଅଭାବ,ଉପଯୁକ୍ତ ଚିକିତ୍ସା ଭାବ କୁ ନେଇ ଚାଷୀ ମାନେ ପାଳନ କରିଥିବା ପ୍ରାଣୀ ମାନଙ୍କର ସଂଖ୍ୟା କୁ ବହୁ ମାତ୍ରାରେ ହ୍ରାସ କରିବାକୁ ବାଧ୍ୟ ହେଉଥିବାର ପ୍ରକାଶ କରୁଛନ୍ତି । ପ୍ରାଣୀ ସମ୍ପଦର ଅଭିବୃଦ୍ଧିପାଇଁ ଚାଷୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ,ଆବଶ୍ୟକ ସ୍ଥାନରେ ବାକିଥିବା ପ୍ରାଣୀ ଧନ ଚିକିତ୍ସା କେନ୍ଦ୍ରମାନ ସ୍ଥାପନ, ଅଧାପନ୍ତରିଆ କେନ୍ଦ୍ର ଗୁଡ଼ିକୁ ସମ୍ପୁର୍ଣ୍ଣ କରିବା ସହ ବିଶେଷ କରି ତୃଣ ମୁଳ ସ୍ତରରୁ ଜବର ଦଖଲ କାରୀ ଙ୍କ କବଳରୁ ଚାରଣ ଭୂମିକୁ ରକ୍ଷା କରିବା ଅତ୍ୟନ୍ତ ଜରୁରୀ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରୁଛନ୍ତି। ଏହା କରାଯାଇପାରିଲେ ଏହି ସମ୍ପଦର ଅଭିବୃଦ୍ଧି ହୋଇ ପାରନ୍ତା ବୋଲି ମଧ୍ୟ ଚାଷୀ ମହଲରେ ଦାବି ହେଉଛି ।