Onn 3

୫ବର୍ଷର ପୁଅକୁ ହତ୍ୟା କରି ଟାଙ୍ଗି ଦେଲା ବାପା

Crime State

ରାଉରକେଲା : ରାଉରକେଲା ଉଦିତନଗର ଥାନା ଅନ୍ତର୍ଗତ ଶୀତଳପଡ଼ା ବସ୍ତିରେ ଗତକାଲି ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଛି। ପର ପୁରୁଷ ସହ ସ୍ତ୍ରୀ ପଳାଇବା ପରେ ନିଜ ଜନ୍ମ କଲା ପୁଅକୁ ହତ୍ୟା କରି ଟାଙ୍ଗି ଦେଲା ପିଶାଚ ବାପା। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଶୀତଳପଡ଼ା ବସ୍ତିର ଜଣେ ବ୍ୟକ୍ତି ନିଜର ୫ ବର୍ଷର ଶିଶୁପୁତ୍ରକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପରକୀୟା ପ୍ରୀତି ପାଇଁ ସ୍ତ୍ରୀ ଘର ଛାଡ଼ି ପଳାଇଯାଇଥିବାରୁ ଯାହାକୁ ନେଇ ସ୍ୱାମୀ ଟେନ୍‌ସନ୍‌ରେ ରହୁଥିଲେ। ଏହି କାରଣରୁ ସ୍ତ୍ରୀର ରାଗ ସେ ପୁଅ ଉପରେ ସାରିଥିବା କୁହାଯାଉଛି। ସମ୍ପୃକ୍ତ ବ୍ୟକ୍ତି ପୁଅକୁ ହତ୍ୟା କରି ଟାଙ୍ଗି ଦେଇଥିବା ଜଣାପଡ଼ିଛି।