ଏବେ ସମ୍ବାଦର ନୂଆ ସମ୍ପାଦକ ହୋଇଛନ୍ତି ତନୟା ପଟ୍ଟନାୟକ । ଗତ କିଛି ଦିନ ଧରି ୫ଟି ସଚିବଙ୍କ ବିରୋଧରେ ନିଜ ସମ୍ପାଦକୀୟରେ ଲେଖି ସରକାରଙ୍କ ଆକ୍ରୋଶର ଶିକାର ହୋଇଥିଲେ ସୌମ୍ୟ । ଶେଷରେ ତାଙ୍କୁ ଦଳର ଉପସଭାପତି ଏବଂ ଶେଷରେ ଦଳରୁ ବାହାରି କରାଯାଇଥିଲା ।
ତା ପରଠାରୁ ସୌମ୍ୟ ପଟ୍ଟନାୟକଙ୍କ ସ୍ୱର ଆଉ ଶୁଣିବାକୁ ମିଳୁ ନ ଥିଲା ।ଏହା ଭିତରେ ଋଣ ଜାଲିଆତିରେ ତାଙ୍କ ଫସାଇ ଇଓଡବ୍ଲୁ ତାଙ୍କୁ ଘାଣ୍ଟି ପକାଇଥିଲା । ସମ୍ବାଦ କାର୍ଯ୍ୟାଳୟ ମଧ୍ୟରେ ଇଡି ପଶି କାଗଜପତ୍ର ସହ ଅନ୍ୟନ୍ୟ ତଥ୍ୟ ସଂଗ୍ରହ କରିଥିଲା । ଏହାକୁ ନେଇ ରାଜନୀତି ଜୋର ଧରିଥିବାବେଳେ ହଠାତ ସୌମ୍ୟ ଆଜି ସମ୍ପାଦକ ପଦ ଛାଡିବା ନେଇ ଘୋଷଣା କରିଥିଲେ । ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
ଏପଟେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି, ସୌମ୍ୟ ପଟ୍ଟନାୟକ ଅମିତ ଶାହଙ୍କୁ ଭେଟି ଆସିଛନ୍ତି । ଜୟ ନାରାୟଣ କହିଛନ୍ତି, ମୁଁ ଶୁଣିଛି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସୌମ୍ୟ ରଞ୍ଜନ ଭେଟିବାକୁ ଯାଇଥିଲେ । ସାଂପ୍ରତିକ ସ୍ଥିତି ସମ୍ପର୍କରେ ମଧ୍ୟ ଜଣାଇଥିବା ଶୁଣିଛି ବୋଲି ସେ କହିଛନ୍ତି। ତେବେ ସେ ଏକଥା ବି କହିଛନ୍ତି, ଜଣେ ସାଧାରଣ ଲୋକ ବି ଚାହିଁଲେ ଶାହଙ୍କୁ ଭେଟି ପାରିବ ।
ତେବେ ହଠାତ ସୌମ୍ୟଙ୍କ ଏପରି ପଦକ୍ଷେପରେ ଖାଲି ରାଜେନୖତିକ ମହଲ ନୁହେଁ, ପାଠକ ମହଲ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛି । ଏହା ପରେ କ’ଣ ହେଉଛି ସମସ୍ତେ ଜାଣିବା ପଇଁ ଅପେକ୍ଷା କରିଛନ୍ତି ।