Onn 3

ଜାନୁଆରି ୨୦୨୪ରୁ ବନ୍ଦ ହେବ ଗୁଗୁଲର ଏହି ୧୦ ବର୍ଷ ପୁରୁଣା ସେବା

National & International

 

goo

ନୂଆଦିଲ୍ଲୀ: ଗୁଗୁଲ ନିଜର ସର୍ଭିସର ଆଉ ଏକ ଫିଚରକୁ ହଟାଇବାକୁ ପ୍ରସ୍ତୁତି ଚଳାଇଛି । କମ୍ପାନୀ ଘୋଷଣା କରିଛି ଯେ ଜାନୁଆରୀ ୨୦୨୪ରୁ ଜିମେଲର ବେସିକ ଏଚଟିଏମଏଲ ଭିଉ ବନ୍ଦ ହୋଇଯିବ ।  ଜିମେଲର ବେସିକ୍ ଏଚଟିଏମଏଲ ଭିୟୁ ୟୁଜରମାନଙ୍କୁ ସ୍ଲୋ ଇଣ୍ଟରନେଟ କନେକ୍ସନରେ ସେମାନଙ୍କର ଇମେଲ୍ ଦେଖିବାକୁ ଅନୁମତି ଦେଇଥାଏ। ଜିମେଲର ଏହି ଫିଚର ୧୦ ବର୍ଷରୁ ଅଧିକ ସମୟ ପୁରୁଣା ।

ଗୁଗୁଲ୍ ଏହାର ସପୋର୍ଟ ପେଜ୍ କୁ ଅପଡେଟ୍ କରିଛି, ଯାହାଫଳରେ ସମୟ ସୀମା ସରିବା ପରେ ଜିମେଲ୍ ସ୍ୱତଃସ୍ପୃତ ଭାବେ ଷ୍ଟାଣ୍ଡାର୍ଡ ଭ୍ୟୁକୁ ସୁଇଚ୍ କରିବ। ଜିମେଲ ବ୍ୟବହାରକାରୀଙ୍କୁ ଜଣାଇବା ପାଇଁ କମ୍ପାନୀ ଏକ ନୋଟିଫିକେସନ୍ ଇମେଲ୍ ମଧ୍ୟ ପଠାଇଛି।

ୟୁଜରମାନଙ୍କୁ ଏକ ଇ-ମେଲ ପଠାଇ ଗୁଗୁଲ ଲେଖିଛି, “ଡେସ୍କଟପ୍ ୱେବ୍ ଏବଂ ମୋବାଇଲ୍ ୱେବ୍ ପାଇଁ ଜିମେଲ୍ ବେସିକ୍ HTML ଭିଉ ଜାନୁଆରୀ ୨୦୨୪ ପ୍ରାରମ୍ଭରୁ ଅଚଳ ହୋଇଯିବ। ଅନ୍ୟପକ୍ଷରେ ଏବେ ଯେତେବେଳେ କୌଣସି ୟୁଜର ଏଚଟିଏମଏଲ ଭିଉ ବ୍ୟବହାର କରୁବାକୁ ଉଦ୍ୟମ କରୁଛନ୍ତି, ସେମାନଙ୍କୁ ଏକ ମେସେଜ୍ ଦେଖାଯାଉଛି, ଯେ ଏହି ସଂସ୍କରଣ “ସ୍ଲୋ ସଂଯୋଗ ଏବଂ ପୁରୁଣା ବ୍ରାଉଜର୍” ପାଇଁ ଡିଜାଇନ୍ କରାଯାଇଛି ଏବଂ ଆପଣଙ୍କୁ ନିଶ୍ଚିତ କରିବାକୁ କୁହେ ଯେ ଆପଣ ଷ୍ଟାଣ୍ଡାର୍ଡ ଭର୍ସନ ବ୍ୟବହାର କରିବାକୁ ଚାହୁଁନାହାଁନ୍ତି।

ପ୍ରାୟ ଏକ ଦଶନ୍ଧିରୁ ଅଧିକ ସମୟ ପୂର୍ବେ ଯେତେବେଳେ ଟୁ-ଜି ଟେକନଲୋଜୀ ଥିଲା, ସେତେବେଳେ ଇଣ୍ଟରନେଟ୍ ସଂଯୋଗ ଧୀମା ଥିଲା ।ତାହାକୁ ଦୃଷ୍ଟିରେ ରଖି ଗୁଗୁଲ ଏହି ବେସିକ୍ ଏଚଟିଏମଏଲ ଭିଉ ଆରମ୍ଭ କରିଥିଲା । କିନ୍ତୁ ଆଜିର ୫ଜି ଯୁଗରେ ଏହା ନିଜର ଉପଯୋଗୀତା ହରାଇଛି ।