Onn 3

ଭଙ୍ଗା ଚକ ସହ ୧୦କିଲୋମିଟର ଦୌଡ଼ିଲା ଟ୍ରେନ୍, ଶବ୍ଦ‌‌ରେ ପରିବର୍ତ୍ତନ ଜାଣିପାରି ଟ୍ରେନ ଅଟକାଇଲେ ଯାତ୍ରୀ

National & International

ପାଟନା: ଭଙ୍ଗା ଚକ ସହ ୧୦କିଲୋମିଟର ଦୌଡ଼ିଲା ଟ୍ରେନ୍। ଶବ୍ଦ‌‌ରେ ପରିବର୍ତ୍ତନ ଜାଣିପାରି ଟ୍ରେନ ଅଟକାଇଲେ ଯାତ୍ରୀ। ବାଲେଶ୍ବରର ବାହାନଗାଠାରେ ୩ଟି ଟ୍ରେନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଅନେକ ଲୋକଙ୍କ ଜୀବନ ଯାଇଥିଲା। ଏହି ଘଟଣା ପରେ ରେଳ ଧାରଣାର ଯାଞ୍ଚ ଓ ସିଗନାଲ ଉପରେ ବିଶେଷ ଧ୍ୟାନ ଦିଆଯାଉଥିବା ନେଇ ଦାବି କରାଯାଉଥିବା ବେଳେ ଏବେ ବିହାରରେ ଆଉ ଏକ ଅବହେଳାର ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ, ଟ୍ରେନର ଚକରେ ସମସ୍ୟା ଥାଇ ବି ଟ୍ରେନ ୧୦କିଲୋମିଟର ଯାତ୍ରା କରିଥିଲା। ଅଜବ ଶବ୍ଦ ହୋଇଥିଲେ ବି ଲୋକୋ ପାଇଲଟ କି ରେଳ କର୍ମଚାରୀ ଏଥିପ୍ରତି ଧ୍ୟାନ ଦେଇନଥିଲେ। ପରେ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯାତ୍ରୀମାନେ ଚେନକୁ ଟାଣି ଟ୍ରେନ ଅଟକାଇଥିଲେ ବୋଲି ଜଣାପଡ଼ିଛି।
ସୂଚନା ମୁତାବକ, ରବିବାର ବିଳମ୍ବିତ ରାତିରେ ମୁଜାଫରପୁର-ହାଜିପୁର ରେଳ ବିଭାଗରେ ଏହି ଘଟଣା ଘଟିଛି। ଟ୍ରେନ ମୁଜାଫରପୁର ରେଳ ଷ୍ଟେସନରୁ ବାହାରିବା ମାତ୍ରେ ଯାତ୍ରୀମାନେ ଏସ-୧୧ କୋଚରେ ଅଜବ ଶବ୍ଦ ଶୁଣିଥିଲେ। ହେଲେ ଦ୍ରୁତଗାମୀ ଟ୍ରେନ୍ ଭଗବାନପୁର ରେଳ ଷ୍ଟେସନରେ ପହଞ୍ଚିଥିଲେ ମଧ୍ୟ ଏହି ସମସ୍ୟାକୁ ଚିହ୍ନିବା ପାଇଁ କୌଣସି ଉଦ୍ୟମ କରାଯାଇନଥିଲା। ଯେତେବେଳେ ଟ୍ରେନ୍ ଭଗବାନ୍ପୁର ରେଳ ଷ୍ଟେସନରୁ ବାହାରିଲା, ଯାତ୍ରୀମାନେ ସନ୍ଦେହ କରି ଚେନ୍ ଟାଣି ଟ୍ରେନକୁ ଅଟକାଇଥିଲେ। ଏହା ପରେ ଯାତ୍ରୀମାନେ ରେଳ କର୍ମଚାରୀଙ୍କ ବ୍ୟତୀତ ଟ୍ରେନର ଡ୍ରାଇଭର ଏବଂ ଗାର୍ଡଙ୍କୁ ଏହି ଶବ୍ଦ ବିଷୟରେ ସୂଚନା ଦେଇଥିଲେ। ଯାଞ୍ଚ ସମୟରେ ଏସ-୧୧ କୋଚର ଏକ ଚକ ଭାଙ୍ଗି ଯାଇଥିବା ଜଣାପଡିଥିଲା। ଏହା ପରେ ରେଳ ଇଞ୍ଜିନିୟର ଏବଂ କର୍ମଚାରୀମାନେ ରେଳ ଷ୍ଟେସନରେ ପହଞ୍ଚି ଏହାର ମରାମତି କରିବା ପରେ ଟ୍ରେନ ଆଗକୁ ବଢ଼ିଥିଲା।