Onn 3

ବହଳଦାରେ ଯଶ୍ବସୀ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନ ଅବସରରେ ବିଜେପି ଯୁଵ ମୋର୍ଚ୍ଚା ଆନୁକୁଲ୍ୟରେ ରକ୍ତଦାନ ଶିବିରରେ ୬୨ ୟୁନିଟ ରକ୍ତ ସଂଗ୍ରହ

State

ବାରିପଦା: ଭାରତର ଯଶ୍ବସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ସପ୍ତାହ ଅବସରରେ ବିଜେପି ଯୁବମୋର୍ଚ୍ଚା ସଭାପତି ଆଲୋକ ରଂଜନ ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଵହଳଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଏକ ରକ୍ତଦାନ ଶିବିର ସେବା କାର୍ଯ୍ୟକ୍ରମ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୟୂରଭଞ୍ଜ ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ, ରାଜ୍ୟ ବିଜେପି ସଂପାଦକ ନବୀନ ରାମ, ବରିଷ୍ଠ ବିଜେପି ନେତା ଇଶାନ ମିଶ୍ର, ହରମୋହନ ବେହେରା, ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ଇଂ କମଳାକାନ୍ତ ନାଏକ,ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ଯ ସୁନିଲ ମହାନ୍ତ, ତିରିଂ ବ୍ଳକ ବିଜେପି ନେତା ଫାଗୁରାମ ମାରାଣ୍ଡି, ବିଶ୍ଵଜିତ ବାରିକ, ମାଧବ ମହାପାତ୍ର, ବହଳଦା ବ୍ଳକ ଯୁବ ମୋର୍ଚ୍ଚା ସଭାପତି ଶୁଭ୍ରଜିତ ପାଲ ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।

ରକ୍ତଦାନ ମହତ କାମ । ଉପଖଣ୍ଡ ଚିକିତ୍ସାଳୟରେ ରକ୍ତ ଭଣ୍ଡାରରେ ରକ୍ତର ସଂକଟ ଯୋଗୁଁ ରୋଗୀମାନେ ନାନା ହଇରାଣ ହରକତ ହେଉଥିଲେ । ତେଣୁଯୁବ ମୋର୍ଚ୍ଚା ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ସପ୍ତାହ ଅବସରରେ ଏହି ସେବାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ବୋଲି ଯୁବମୋର୍ଚ୍ଚା ସଭାପତି ଆଲୋକ ରଂଜନ ମହାନ୍ତ,ଶୁଭ୍ରଜିତ ପାଲ ପ୍ରମୁଖ ଗଣ ମାଧ୍ୟମକୁ ସୂଚନା ଦେଇଥିଲେ ।