Onn 3

ଶିକ୍ଷକ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

State

ବାରିପଦା: କୁଳିଅଣା ବ୍ଲକ ଅଧିନସ୍ଥ ଆମ୍ବପୁଞ୍ଜା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର କଲିଆ ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ବ୍ଲକ ଶିକ୍ଷକ ସଂଘର ସଭାପତି ଦିଲ୍ଲୀପ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଶ୍ମି ରଞ୍ଜନ ଗିରି ଅବସର ଦିନରେ ପ୍ରଭିଜୋନାଲ ପେନସନ ଚିଠି ପ୍ରଦାନ କରିବା ସହ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ I ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ୟାମା ଶଙ୍କର ଶତପଥୀ ଜଣେ ଆଦର୍ଶ ଶିକ୍ଷକ ଭାବେ ଶ୍ରୀଯୁକ୍ତ କଲିଆଙ୍କ କାର୍ଯ୍ୟକଳାପ ଯୁବ ଶିକ୍ଷକ ମାନଙ୍କ ପାଇଁ ଉଦାହରଣ ହୋଇ ରହିବ ବୋଲି କହିଥିଲେ I ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଂପାଦକ ବିମଳ କୁମାର ଆଚାର୍ଯ୍ୟ କୁଳିଅଣା ବ୍ଲକ ଶ୍ରୀଯୁକ୍ତ କଲିଆଙ୍କ ପରି ଜଣେ ଛାତ୍ରବତ୍ସଳ, କର୍ତ୍ତବ୍ୟନିଷ୍ଠ ଶିକ୍ଷକଙ୍କୁ ହରାଇଲା ବୋଲି ପ୍ରକାଶ କରିଥିଲେ I

ଅନ୍ୟ ମାନଙ୍କ ମଧ୍ୟରେ ନିମନ୍ତ୍ରିତ ଅତିଥି ସୋମନାଥ ସିଂହଙ୍କ ସମେତ ବ୍ଲକ ଶିକ୍ଷକ ସଂଘର ସମ୍ପାଦକ ଅମୀୟ କୁମାର ସାହୁ ତଥା ଶିକ୍ଷକ ନେତା ହରେକୃଷ୍ଣ ବାରିକ, ପ୍ରଦୀପ ବାରିକ, ଶିବ ନାରାୟଣ ମହାନ୍ତ, ଭାଗବତ ଜେନା, ବିଦ୍ୟାଳୟର ଶିକ୍ଷୟତ୍ରୀ କାମିନୀ ମଲ୍ଲିକ ଓ ପରିଚାଳନା କମିଟିର ଅଧ୍ୟକ୍ଷା ଓ ସଦସ୍ୟ ଏବଂ ଉକ୍ତ କ୍ଲଷ୍ଟରର ସମସ୍ତ ଶିକ୍ଷକ / ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ I ପ୍ରକାଶ ଥାଉକି ଟଙ୍ଗାଷୋଲ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ବେଳେ ଅନେକ ଖଡିଆ ସମ୍ପ୍ରଦାୟର ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ଆଣି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଥିଲା ତାଙ୍କର ଉଲ୍ଲେଖନୀୟ ଅବଦାନ I ଶେଷରେ ସି ଆର ସି ସି ତୋଫାନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ I