Onn 3

ବସ୍ତି ବାସିନ୍ଦାଙ୍କ ପାଇଁ ପରିଚୟ ଗୃହର ଶିଳାନ୍ୟାସ କଲେ ନଗରପାଳ

State

ବାରିପଦା : ବାରିପଦା ମ୍ୟୁନିସିପାଲିଟି ଅନ୍ତର୍ଗତ ଏକ ନମ୍ବର ୱାର୍ଡ ସ୍ଥିତ ରାଜୀବ କଲୋନୀ ଓ ଟାଙ୍କିସାହି ବସ୍ତି ବାସିନ୍ଦାଙ୍କ ପାଇଁ ପରିଚୟ ଗୃହର ଶିଳାନ୍ୟାସ ହୋଇଯାଇଛି I କାଉନସିଲର ସୁକେଶିନୀ ସେଠୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନଗରପାଳ କୃଷ୍ଣIନନ୍ଦ ମହାନ୍ତି ଶିଳାନ୍ୟାସ କରିଛନ୍ତି I ଅନ୍ୟ ମାନଙ୍କ ମଧ୍ୟରେ ବସ୍ତି ବାସିନ୍ଦା ଉନ୍ନୟନ ସଂସ୍ଥାର ସଭାପତି ସୁନୀଲ ନାୟକଙ୍କ ସମେତ ରୀନା ଭଞ୍ଜଦେଓ, ସମ୍ପାଦିକା ରୀନା ମିଶ୍ର, ତଥା ଭଗବତୀ ଭୂୟାଁ, ନିବେଦିତା ବେହେରା, ରୀନା ଦାସ, ପ୍ରଭାତୀ ସାମଲ, ସିମି ବେହେରା, ଅନିତା ନାୟକ, ଅମର ସେଠୀ, ସୋମବାରୀ ମୁର୍ମୁ, ଗୀତାଞ୍ଜଳି ସିଂହ, ମିକି ମିଶ୍ର, ଇ. ମନୋରଞ୍ଜନ ମହାପାତ୍ର, ମନୋରଞ୍ଜନ ବେହେରା ଓ ଶିବ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ I

ଏହି ପରିଚୟ ଗୃହରେ ବସ୍ତି ବାସିନ୍ଦା ଏକତ୍ରିତ ହୋଇ ନିଜ ଅଂଚଳର ସୁବିଧା ଅସୁବିଧା ଉପରେ ଆଲୋଚନା କରି ବିଭିନ୍ନ ପ୍ରସ୍ତାବ ଗ୍ରହଣ କରିପାରିବେ ଓ ବିଭିନ୍ନ ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ କରିପାରିବେ ବୋଲି ନଗରପାଳ ଜଣାଇଛନ୍ତି I