ହସ୍ପିଟାଲ ନିର୍ଦ୍ଦେଶକଙ୍କ ନିକଟରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଅଭିଯୋଗ କରିଥିଲେ । ଅଭିଯୋଗକୁ ଗ୍ରହଣ କରି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ । ଶେଷରେ କ୍ୟାପିଟାଲ ଥାନା ପକ୍ଷରୁ ଡିଏନଏ ପରୀକ୍ଷା ପାଇଁ କୋର୍ଟଙ୍କ ଅନୁମତି ଲୋଡିଥିଲା ଥାନା ପୋଲିସ । ଏଥିପାଇଁ ଭୁବନେଶ୍ବର କୋର୍ଟ ଡିଏନଏ ପରୀକ୍ଷା ପାଇଁ ଅନୁମତି ପ୍ରଦାନ କରିଥିଲେ । ଆଜି ମାଆ ଏବଂ ଶିଶୁର ଡିଏନଏ ପରୀକ୍ଷା କରାଯିବ । ସେପଟେ ଘଟଣାରେ ଗାଇନିଂ ଓ୍ବାର୍ଡର ଜଣେ ମହିଳା ଆଟେଣ୍ଡାଣ୍ଟଙ୍କୁ ନିଲମ୍ବିତ କରାଯାଇଥିଲା । ଦାୟିତ୍ବରେ ଅବହେଳା ପାଇଁ ହସ୍ପିଟାଲ ନିର୍ଦ୍ଦେଶକ ତାଙ୍କୁ ସସ୍ପେଣ୍ଡ କରିଥିଲେ ।