Cm Mohan

୩ ଦିନିଆ ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

State

ଭୁବନେଶ୍ବର: ନିବେଶକକଙ୍କୁ ନିମନ୍ତ୍ରଣ କରିବା ପାଇଁ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନ ଗସ୍ତ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ସେଠିକା ବଡ ବଡ ବ୍ୟବସାୟୀଙ୍କ ସହ ଆଲୋଚନା କରି ଓଡିଶାରେ ପୁଞ୍ଜି ନିବେଶ କରିବା ପାଇଁ ପ୍ରସ୍ତାବ ରଖୁଛନ୍ତି । ଏଡି ପରିପ୍ରେକ୍ଷୀରେ ୩ ଦିନିଆ ବିଦେଶ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତା ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ସିଙ୍ଗାପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ଉତ୍କର୍ଷ ଓଡ଼ିଶା, ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ ୨୦୨୫ ପାଇଁ ସେଠି ରୋଡ୍‌ ଶୋ’ କରିବେ । ଏଥିସହିତ ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ସଂପଦ ସ୍ବାଇଁ ଓ ରାଜ୍ୟ ସରକାରଙ୍କର କିଛି ବରିଷ୍ଠ ଅଧିକାରୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଗସ୍ତ କରିବେ ।

ତେବେ ଉତ୍କର୍ଷ ଓଡ଼ିଶା-ମେକ୍‌ ଇନ୍ ଓଡ଼ିଶା କ‌ନ୍‌କ୍ଲେଭ୍‌-୨୦୨୫ ଆସନ୍ତା ଜାନୁଆରି ୨୮ ଓ ୨୯ ତାରିଖରେ ଭୁବନେଶ୍ବରରେ ଆୟୋଜନ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗତମାସରେ ଦିଲ୍ଲୀ ଓ ମୁମ୍ବାଇରେ ରୋଡ୍‌ ଶୋ’ ଆୟୋଜିତ ହୋଇଥିଲା । ଯେଉଁଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦେଶର ଅନେକ ବିଶିଷ୍ଟ ଶିଳ୍ପପତିଙ୍କୁ ଭେଟିଥିଲେ । ରିଲାନ୍ସ ବୋର୍ଡର ନିର୍ଦ୍ଦେଶକ ଅନନ୍ତ ଅମ୍ବାନି, ବେଦାନ୍ତ ଗ୍ରୁପ୍, ଗୋଦ୍‌ରେଜ୍‌ ଅଧ୍ୟକ୍ଷ, ଲକ୍ଷ୍ମୀ ଅର୍ଗାନିକ୍ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ, ‌ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍ ଭଳି ବଡ ବଡ ଶିଳ୍ପ ପତିଙ୍କୁ ଭେଟି ଓଡିଶାରେ ନିବେଶ କରିବା ପାଇଁ ନିମନ୍ତ୍ରଣ ଦେଇଥିଲେ ।

ତେବେ କହିରଖୁଛୁ, ମୁଖ୍ୟମନ୍ତ୍ରୀ ଶିଳ୍ପପତିଙ୍କୁ ଭେଟିବା କାର୍ଯ୍ୟକ୍ରମ ଭିତରେ କେନ୍ଦୁଝର ଜିଲ୍ଲାରେ ଜେଏସ୍‌ଡବ୍ଲ୍ୟୁ-ପୋସ୍କୋର ମିଳିତ ସହଯୋଗରେ ମେଗା ଷ୍ଟିଲ ପ୍ଲାଣ୍ଟ ନିର୍ମାଣ ହେବାର ଯୋଜନା କରାଯାଉଛି ।