ବାରିପଦା: ମୟୁରଭଞ୍ଜ ଜିଲ୍ଲା ବାମନଘାଟି ର ଅଁଳାଡୁଵାସ୍ଥ ୩୦୦ ବର୍ଷରୁ ଉର୍ଦ୍ଧ୍ବ ଶ୍ରୀ ଶ୍ରୀ ରଘୁନାଥ ଜୀଉ ମଠ ମନ୍ଦିରରେ ଗୋବର୍ଦ୍ଧନ ପୂଜାତ୍ସୋଵ ମହାସମାରୋହରେ ଦେଵତ୍ତୋର କମିଟି ତରଫରୁ ଆଜି ଅନୁଷ୍ଠିତ ହୋଇଯାଇଛି । ପବିତ୍ର କାର୍ତ୍ତିକ ଶୁକ୍ଳ ପ୍ରତିପଦ ଆରେ ଆୟୋଜିତ ଏହି ଉତ୍ସବରେ ଶ୍ରୀକୃଷ୍ଣ ଙ୍କ ଅଭିଷେକ ଯଥା ରୀତି ନୀତି ଅନୁସାରେ ପୂଜାପାଠ କାର୍ଯ୍ୟ ସମ୍ପାଦନା କରା ଯାଇଥିଲା ।ଦିନ ତମାମ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଆସି ଶ୍ରୀକୃଷ୍ଣ ଙ୍କୁ ପୂଜାର୍ଚ୍ଚନା କରିବା ସହ ନିଜ ପରିବାରର ଓ ସମାଜର ମଙ୍ଗଳ କାମନା ପାଇଁ ପ୍ରାର୍ଥନା କରିବା ସହ ଠାକୁରଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ସଂନ୍ଧ୍ୟାରେ ଦେବୋତ୍ତର କମିଟି ତରଫରୁ ହଜାରେ ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କୁ ଅନ୍ନପ୍ରସାଦ,କ୍ଷୀରୀ ବଣ୍ଟନ କରାଯାଇଥିଲା ।ଔଁ ଶ୍ରୀ କୃଷ୍ନାୟଃ ଶ୍ଳୋକ ଉଚ୍ଚାରଣରେ ମନ୍ଦିର ପରିବେଶ ପ୍ରକମ୍ପିତ ହୋଇଥିଲା । ସମଗ୍ର ଅଁଳାଡୁବା ଗ୍ରାମରେ ଏକ ଭକ୍ତିମୟ ପରିବେଶ ହୋଇ ଉଠିଥିଲା l