ବାରିପଦା – ମୟୂରଭଞ୍ଜ ଜିଲ୍ଲାର ବହଳଦା କୃଷି କାର୍ୟାଳୟ ପରିସରରେ ‘ସମ୍ବନ୍ଧ’ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆନୁକୂଲ୍ୟରେ ବହଳଦା ବ୍ଲକ ରେ ମାଣ୍ଡିଆ ସଚେତନତା ରଥ ଓ ପାରମ୍ପରିକ ଖାଦ୍ୟ ମେଳା ଓ ଶ୍ରୀ ଅନ୍ନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବହଳଦା ବ୍ଲକ ଅଧ୍ଯକ୍ଷା ଶ୍ରୀମତୀ ଦୀପଞ୍ଜଳି ସିଂହ , ବ୍ଲକ କୃଷି ଅଧିକାରୀଣୀ ଗାୟତ୍ରୀ ଟୁଡୁ, ସହକାରୀ କୃଷି ଅଧିକାରୀ ମାନସ ରାଉତରାୟ, କୃଷି ବିଭାଗରସମସ୍ତ କର୍ମଚାରୀ, WSHG ମା ମାନଙ୍କ ସହିତ ସମ୍ବନ୍ଧ ଅନୁଷ୍ଠାନ ର କର୍ମକର୍ତା ଦୁଃଖିଶ୍ୟାମ ନାୟକ, କାହ୍ନୁ ଚରଣ ହଟାଇ,ତତ୍ ସହିତ NESA କୃଷକ ସଂଗଠନ ର CEO ସ୍ଵାଗତ କୁମାର ରାଉତ, ସୁଜିତ ନାୟକ ଓ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ଉକ୍ତ କାର୍ଯକ୍ରମ ର ପ୍ରଥମେ ମାଣ୍ଡିଆ ସଚେତନ ରଥ କୁ ବ୍ଲକ ଅଧକ୍ଷ୍ୟା ଏବଂ ବ୍ଲକ କୃଷି ଅଧିକାରୀଣୀ ଆନୁଷ୍ଠାନିକ ଭାବେ ସବୁଜ ପତକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହା ପରେ ପରେ ବ୍ଲକ ସ୍ତରୀୟ ପାରମ୍ପରିକ ଖାଦ୍ୟ ମେଳା କୁ ବ୍ଲକ ଅଧକ୍ଷ୍ୟା ଶୁଭାରମ୍ଭ କରିଥିଲେ। ଉକ୍ତ ଖାଦ୍ୟ ମେଳାରେ ବ୍ଲକ ଅଧକ୍ଷ୍ୟା ପାରମ୍ପରିକ ଖାଦ୍ୟ କୁ ପୁନଶ୍ଚ ଖାଦ୍ୟ ଥାଳିରେ ସ୍ଥାନ ଦେବା ସହିତ ମିଲେଟ ଚାଷ ର ପ୍ରସାର ପ୍ରଚାର ଉପରେ ଗୁରୁତ୍ଵ ଦେଇଥିଲେ। ପରେ ପରେ ବ୍ଲକ କୃଷି ଅଧିକାରୀଣୀ ଧରିତ୍ରୀ ଟୁଡୁ ପାରମ୍ପରିକ ଖାଦ୍ୟ ଓ ମିଲେଟ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ତିଆରି ବ୍ୟବହାର ଓ ଉତ୍ପାଦନ ଉପରେ ଗୁରୁତ୍ଵ ଦେଇଥିଲେ। ଏହା ପରେ ସମ୍ବନ୍ଧ ର ଵହଳଦାବ୍ଲକ ସଂଯୋଜକ ଦୁଃଖିଶ୍ୟାମ ନାୟକ ଓଡ଼ିଶା ସରକାରଙ୍କ ପାରମ୍ପରିକ ଖାଦ୍ୟ, କ୍ଷୁଦ୍ର ଶସ୍ୟ ଉତ୍ପାଦନ,ବ୍ୟବହାର ଓ ବଜାର ଉପରେ ଗୁରୁତ୍ଵ ଦେଉଛନ୍ତି। ବର୍ତମାନର ଶସ୍ୟ ଜନ ବିଷ୍ଫୋରଣ ଦେଶ ଯୋଗୁଁ ଖାଦ୍ଯ ଉତ୍ପାଦନ ବୃଦ୍ଧି ପାଇଁ ଖାଦ୍ୟ ଓ ଶସ୍ଯରେ ମାତ୍ରାଧିକ ବିଷ,ସାର ପ୍ରୟୋଗ ଯୋଗୁଁ ଆଜି ଖାଦ୍ୟ ବିଷମୟ ହୋଇ ମାନବ ସମାଜ ବିଭିନ୍ନ ଦୁରାରୋଗ୍ୟ ରେ ଶିକାର ହୋଇ ସ୍ଵାସ୍ଥ୍ୟ ପାଇଁ ମାତ୍ରାଧିକ ଆର୍ଥିକ ଶୋଷଣର ଶିକାର ହେଉଛନ୍ତି । କିନ୍ତୁ ପୂର୍ବେ ପାରମ୍ପାରିକ ପ୍ରକୃତି ପ୍ରଦତ୍ତ ଖାଲି,ବିଲ,ପତିତ ଜମି ,ନାଳ,ରେ ଥିବା ବିଭିନ୍ନ ପ୍ରକାରର ଅନାବନା ଶାଗ , ତାଳ ଗଜା, ଦେଶୀ ସାରୁ, କନ୍ଦମୂଳ ,ବୁଦା କୋଳି,ଆମ,ନିମ୍ବ,ମଟର,ବିରି,କାଉଁରିଆ ଶାଗ,ଟିସି,ଖମ୍ବ ଆଳୁ,ବାଇଗଣ,ମହୁଲ ଟୋପି,ପିଜୁଳି,ବିଶଲ୍ଯ କରଣୀ,କୁରୁକୁଟି,କୋଚଡା,ଚାକୁଣ୍ଡା ଶାଗ ସମେତ ବିନା ସାର ଓ ବିଷ ଦ୍ଵାରା ଉପଲବ୍ଧ ପ୍ରାଚୀନ ଖାଦ୍ୟ ଖାଇ ଦେହକୁ ସୁସ୍ଥ ରଖିବା ପାଇଁ ଅତିଥି ଗଣ କହିଥିଲେ ।ମାଣ୍ଡିଆ ପ୍ରସ୍ତୁତ ଥାଳିରେ ପ୍ରାଚୀନ ଖାଦ୍ୟ ଖାଇଲେ ଦେହର ରତିରୋଧକ ବୃଦ୍ଧି ହେବାସହ ପ୍ରାଚୀନ ଶସ୍ୟ ପ୍ରଚାର ,ପ୍ରସାର ଓ ଏହାର ବଜାରରେ ଚାହିଦା ବଢିବ ।ଚାଷୀ ପ୍ରାଚୀନ ଶସ୍ୟ ଉତ୍ପାଦନ କରି ବଜାରରେ ବିକ୍ରୟ କରି ଦୁଇ ପଇସା ଲାଭ ପାଇଁ ପାରିବେ । ମାଣ୍ଡିଆ ଚାଷରେ ସରକାରଙ୍କ ପ୍ରୋତ୍ସାହନ ରାଶି ୪୨୬୦ ଟଙ୍କା ହୋଇଥିବାବେଳେ ଧାନର ପ୍ରୋତ୍ସାହନ ରାଶି ୩୧୦୦ ଟଙ୍କା । ମାଣ୍ଡିଆ ଚାଷ ପାଇଁ ବିହନ,ସାର ଅମଳ ପାଇଁ ଯନ୍ତ୍ର ଏବଂ ଏକର ପିଛା ପ୍ରୋତ୍ସାହନ ରାଶି ସରକାର ସ୍ଥିର କରିଛନ୍ତି ।ଯାହାଫଳରେ ଚାଷୀ ଏହାର ଲାଭ ନେଇ ପାରିବେ ବୋଲି କହିଥିଲେ ।