Puri.jpg

ମହାପ୍ରଭୁ ରାତି ସାରା ଅନିଦ୍ରା

State

puri

ପୁରୀ : ରାତି ସାରା ଅନିଦ୍ରା ମହାପ୍ରଭୁ । ସିଂହାରୀ ସେବାୟତ ଓ ସୁଆର ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ହୋଇପାରିନି ଶ୍ରୀମନ୍ଦିରର ମହାପ୍ରଭୁଙ୍କ ପହୁଡ ନୀତି । ଗତକାଲି ପ୍ରଥମ ଭୋଗମଣ୍ଡପ ବାହାରିବା ପରେ ଭକ୍ତମାନେ ମହାପ୍ରସାଦ ପାଇଥିବା ବେଳେ ଦ୍ୱିତୀୟ ଭୋଗମଣ୍ଡପରେ ଭକ୍ତମାନେ ମହାପ୍ରସାଦ ପାଇବାରୁ ବଞ୍ଚିତ ହୋଇଛନ୍ତି ।

ଗତକାଲି ଅପରାହ୍ନ ୪ଟା ୩୫ରେ ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଭିତରକାଠ ନିକଟରେ ରକ୍ତଛିଟା ପଡିଥିବାରୁ ବଡ ମହାସ୍ନାନ ହୋଇଥିଲା । ରାତି ପ୍ରାୟ ୮ଟା ୧୦ରେ ମହାସ୍ନାନ ପୂଜା ଶେଷ ହୋଇଥିବା ବେଳେ ୩ ଘଣ୍ଟା ପରେ ଦ୍ଵିତୀୟ ଭୋଗମଣ୍ଡପ ପୂଜା ଶେଷ ହୋଇଥିଲା । ରାତି ୧୧ଟା ୩୦ରେ ଦ୍ୱିତୀୟ ଭୋଗମଣ୍ଡପରେ ପୁର୍ନଵାର ମହାପ୍ରସାଦ ବାହାରିଥିବା ବେଳେ ଭକ୍ତମାନେ ବରାଦ ଦେଇଥିବା ମହାପ୍ରସାଦ ପାଇବାରୁ ବଞ୍ଚିତ ହୋଇଥିଲେ ।

ପରେ ରାତି ୧୨ଟା ୪୪ ରେ ସଂଧ୍ୟାଧୂପ ପୂଜା ଶେଷ ହୋଇ ରାତି ୩ଟା ୦୮ରେ ଚନ୍ଦନଲାଗି ବେଶ ପରେ ଭୋର ୪ଟା ୧୨ରେ ବଡସିଂହାର ବେଶ ସମ୍ପର୍ଣ୍ଣ ହୋଇ ନୀତି ବନ୍ଦ ରହିଲା । ତେଵେ ମହାସ୍ନାନ ପୂଜାପରେ ପ୍ରାୟ ତିନିଘଣ୍ଟା ଧରି ସିଂହାରୀ ଓ ସୁଆର ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ଦ୍ୱିତୀୟ ଭୋଗମଣ୍ଡପ ପୂଜା ବିଳମ୍ବରେ ଅନୁଷ୍ଠିତ ହେବାରୁ ମହାପ୍ରସାଦ ପାଇବାରୁ ଅନେକ ଭକ୍ତ ବଞ୍ଚିତ ହୋଇଛନ୍ତି ।