ଅନ୍ୟପଟେ ଏହି ଘଟଣାକୁ ନେଇ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଏବେ ପ୍ରତିକ୍ରିୟା ରଖିଛନ୍ତି। ବାଚସ୍ପତିଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇବା ସହିତ ଏହା ଯଥେଷ୍ଟ ନୁହେଁ ବୋଲି କହିଛନ୍ତି। ନୟାଗଡ ବିଧାୟକ ଏଥିପାଇଁ କ୍ଷମା ମାଗିବା ଦରକାର। ତା ସହିତ ସେ ୨ ବିଧାୟକ (ମୋହନ ଚରଣ ମାଝୀ ଓ ମୁକେଶ ମହାଲିଙ୍ଗ)ଙ୍କ ଉପରେ ନିଲମ୍ବନ ଉଠାଇବାକୁ ମଧ୍ୟ ନିବେଦନ କରିଛନ୍ତି।