Onn 3

ଜୋ ବାଇଡେନ ଓ ଜେଲେନ୍‌ସ୍କି ସାକ୍ଷାତ; ଯୁଦ୍ଧ ପାଇଁ ସହାୟତା ମାଗିଲା ୟୁକ୍ରେନ

National & International

joe

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିଲେ ୟୁକ୍ରେନ ରାଷ୍ଟ୍ରପତି । ଆମେରିକା ଗସ୍ତରେ ଆସି ସାକ୍ଷାତ କରିଛନ୍ତି ଭୋଲୋଡିମିର ଜେଲେନ୍‌ସ୍କି । ଦୁଇ ରାଷ୍ଟ୍ର ନେତାଙ୍କ ମଧ୍ୟରେ ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଆଲୋଚନା ହୋଇଛି । ୟୁକ୍ରେନକୁ ଆମେରିକାର ସହାୟତା ନିହାତି ଆବଶ୍ୟକ ପାଇଁ ବୋଲି ଜେଲେନ୍‌ସ୍କି କହିଛନ୍ତି । ସହାୟତା ନ ମିଳିଲେ ରୁଷ ବିରୋଧୀ କୀଭ୍ ଯୁଦ୍ଧ ହାରିଯିବ ।

ଅନ୍ୟପଟେ ଆମେରିକା ବିଦେଶ ସଚିବ ଆଣ୍ଟୋନି ବ୍ଲିଙ୍କେନ ଯୁଦ୍ଧ ଲାଗି ଆମେରିକା ୧୨୮ ନିୟୁତ ଡଲାର ସହାୟତା ଦେବ ବୋଲି ଘୋଷଣା କରିଛନ୍ତି । ଏଥିସହ ଆମେରିକା ପ୍ରତିରକ୍ଷା ବିଭାଗ ମଧ୍ୟ ୟୁକ୍ରେନକୁ ୧୯୮ ନିୟୁତ ଡଲାରର ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମରିକ ଉପକରଣ ଯୋଗାଇଦେବ । ବିବିସି ରିପୋର୍ଟ ଅନୁସାରେ ଆମେରିକା ଏପର୍ଯ୍ୟନ୍ତ ୟୁକ୍ରେନକୁ ୧୧୦ ଅରବ ଡଲାର ଅର୍ଥାତ୍ ୯ଲକ୍ଷ ୧୧ ହଜାର କୋଟି ଟଙ୍କାର ସହାୟତା ପ୍ରଦାନ କରିସାରିଛି ।