Onn 3

ଓଏନଏନ ପ୍ରଭାବ, ଖବର ପ୍ରକାଶ ପରେ ମରାମତି କାମ ଆରମ୍ଭ

State

ଆଗରପଡ଼ା:ଗତ ଅଗଷ୍ଟ ମାସ ୧୩ ତାରିଖରେ “ ବିଦପକୁ ଡ଼ାକୁଛି ଆଗରପଡ଼ା-ବରପଦା ରାସ୍ତା;ମରାମତି ମାସେ ପୂରିନି ପୁଣି ମରାମତି ମାଗିଲାଣି” ହେଉଣୁ ଉଠିଲା ମେଟାଲ୍‌”ଶିର୍ଷକ ଖବର ‘ଓଏନଏନ’ରେ ପ୍ରକାଶ ପାଇଥିଲା । ଖବର ପ୍ରକାଶ ପାଇବା ପରେ ଇତି ମଧ୍ୟରେ ବିଭାଗ ତରଫରୁ ରାସ୍ତାର ପୁନଃ ମରାମତି କାମ ଆରମ୍ଭ ହୋଇଥିବା ଜଣା ପଡ଼ିଛି । ମେଣ୍ଟାଲ ବିଛା ଯାଇଥିବା ସ୍ଥାନ ଗୁଡ଼ିକରେ ମେଣ୍ଟାଲ ସବୁ ଉଠି ରାସ୍ତା ସାରା ଖେଳେଇ ହୋଇ ଗମନାଗମନରେ ସୃଷ୍ଟି କରିଥିବା ବିପଦ ଉପରେ ପିଚ ଢଳାଯାଇ ତାକୁ ସମତୁଲ କରାଯାଉଥିବା ଦେଖିବାକୁ ମିଳିଛି । ସରକାରୀ ନିୟମର ଖୋଲା ଉଲଘଂନ କରି କୌଣସି ଟେଣ୍ଡର ନ କରି ବିଭାଗ ପକ୍ଷରୁ କାର୍ଯ୍ୟାଦେଶ ଦେବା ଓ ଏକାଧିକ ଠିକାଦାର ଗୋଟିଏ ରାସ୍ତା ମରାମତିରେ ନିୟୋଜିତ ହେବା ଦ୍ୱାରା ମରାମତିକୁ ମାସେ ନ ପୁରୁଣୁ ପୁଣି କାମ ମାଗିଲାଣି ରାସ୍ତା । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ପୂର୍ତ୍ତବିଭାଗ ଅଧୀନ ଆରଗପଡ଼ା ଠାରୁ ବରପଦା ପର୍ଯ୍ୟନ୍ତ ୧୪ କି.ମି ରାସ୍ତାରେ । ସୂଚନା ଅନୁଯାୟୀ ;ବିଭାଗୀୟ ଯନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଗତ ଜୁଲାଇ ମାସ ୧୯ ତାରିଖରୁ ଆଗରପଡ଼ା-ବରପଦା ରାସ୍ତା ମରାମତି କାମ ଚାଲିଛି । ହେଲେ ମରାମତି ହେବାର ଏକମାସ ନ ପୁରୁଣୁ ପୁଣି କାମ ମାଗିଲାଣି । ତାଳିପକା କାମକୁ ଏକାଧିକ ଠିକାଦାର କରୁଥିବାରୁ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାର କାମ ଦେଖିବାକୁ ମିଳୁଛି ଏବଂ ବିଛା ହେଉଥିବା ମେଣ୍ଟାଲ ରେ ତାରତମ୍ୟ ରହୁନଥିବା ପରିଲକ୍ଷିତ ହେଉଥିବାର ଖବର ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଉଛି ।

ଖବର ପ୍ରକାଶିତ ହେବା ପରେ ମଧ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆ ନଯିବା ବିଭାଗର କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରିବା ସହ ବିଭାଗ ପ୍ରତି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହା କେବଳ ଠିକାଦାର ତ୍ରୁଷ୍ଟିକରଣ ପାଇଁ ବ୍ୟବସ୍ଥା ବୋଲି ଆଲୋଚନା ହେଉଛି । ଅପରପକ୍ଷରେ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବାରୁ ଜାମ୍ବବଣୀ ଛକ ଠାରୁ ବରପଦା ପର୍ଯ୍ୟନ୍ତ ମରଣକୁ ଡ଼ାକୁଥିବା ପରିସ୍ଥିତିରେ ପହଂଚିଥିବା ରାସ୍ତାକୁ ମରାମତି କରୁଥିବା ଠିକାଦାର ମରାମତି ଆଳରେ ଠକେଇ କରୁଥିବା ଅଭିଯୋଗ ମଧ୍ୟ ହୋଇଛି । ଅଭିଯୋଗ ଅନୁଯାୟୀ, ମରାମତି ପୂର୍ବରୁ ଉକ୍ତ ରାସ୍ତାର ଉଭୟ ପାଶ୍ୱର୍ ଦବି ଯିବା ସହ ରାସ୍ତା ପୁରା ଫାଟି ମରଣକୁ ଡ଼ାକୁଥିବା ପରିସ୍ଥିତିରେ ପହଂଚିଥିବା ଦେଖିବାକୁ ମିଳିଥିଲା । ଏବେ ଉକ୍ତ ରାସ୍ତାକୁ ମରାମତି କରୁଥିବା ଠିକାଦାର ଫାଟିଥିବା ଓ ଦବିଥିବା ସ୍ଥାନକୁ ଖୋଳି ନୂଆ ମେଣ୍ଟାଲ ବିଛେଇ କାମ କରିବା ପରିବର୍ତ୍ତେ ସେହି ପୁରୁଣା ମେଣ୍ଟାଲ ଓ ପିଚୁକୁ ପୂର୍ନବାର ତା ଉପରେ ଖେଳେଇ ତାକୁ ରୋଲିଙ୍ଗ କରିଥିବାର ଦେଖିବାକୁ ମିଳିଥିଲା । ଏବେ ମେଣ୍ଟାଲ ବିଛା ଯାଇଥିବା ସ୍ଥାନ ଗୁଡ଼ିକରେ ମେଣ୍ଟାଲ ସବୁ ଉଠି ରାସ୍ତା ସାରା ଖେଳେଇ ହୋଇ ଗମନାଗମନରେ ବିପଦ ସୃଷ୍ଟି କରିବା ଆରମ୍ଭ କରିଛି । ଅନ୍ୟ ସ୍ଥାନ ମାନଙ୍କରେ ଉକ୍ତ ବ୍ୟସ୍ତ ବହୁଳ ରାସ୍ତା ଉପରେ ମେଣ୍ଟାଲ ସବୁ ଢାଳି ରାସ୍ତାର ଉଭୟ ପାଶ୍ୱର୍କୁ ସଙ୍କୁଚିତ କରାଯାଇ କାମ କରାଯାଉଥିବାରୁ ରାତ୍ରୀ ସମୟରେ ଦୁର୍ଘଟଣା ଘଟିବାର ସମ୍ଭାବନା ସୃଷ୍ଟି ହୋଇଛି । ତେଣୁ ମରାମତିକୁ ମାସେ ନ ପୁରୁଣୁ ପୁଣି ମରାମତି ମାଗିବା ରାସ୍ତାର ସ୍ଥାୟିତ୍ୱ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ଖବର ‘ଓଏନଏନ’ରେ ପ୍ରକାଶ ପାଇଥିଲା ।