Recent Photo 1736097514

ଆଜିଠୁ ଖୋଲିବ ‘ରାସନ’ ପୋର୍ଟାଲ, ଆବେଦନ କରିପାରିବେ ନୂଆ ହିତାଧିକାରୀ

State

ଭୁବନେଶ୍ୱର : ନୂଆ ରାସନକାର୍ଡ ପାଇଁ ଆଜିଠୁ ଖୋଲିବ ପୋର୍ଟାଲ, ବାଦ ପଡିଥିବା ହିତାଧିକାରୀ କରିପାରିବେ ଆବେଦନ । ଶୁକ୍ରବାର ଖାଦ୍ୟ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସମ୍ବଲପୁର ଗସ୍ତ ସମୟରେ ସମୀକ୍ଷା ବୈଠକରେ ଏହି ସୂଚନା ଦେଇଛନ୍ତି । ମାର୍ଚ୍ଚ ୩୧ ତାରିଖ ରାସନ କାର୍ଡ ଇ–କେୱାଇସିର ଶେଷ ତାରିଖ ହୋଇଥିବା ବେଳେ ଧାର୍ଯ୍ୟ ତାରିଖ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ହୋଇଯିବ ।

ସେହିପରି ଏପର୍ଯ୍ୟନ୍ତ ତାଲିକାରୁ ମୋଟ୍ ୪ଲକ୍ଷ ମୃତ ବ୍ୟକ୍ତିଙ୍କ ନାଁରେ ଥିବା ରାସନ କାର୍ଡ କଟିଲାଣି । ମନ୍ତ୍ରୀ ଆହୁରି କହିଛନ୍ତି, ଅତୀତର ତ୍ରୁଟିକୁ ସଂଶୋଧନ କରାଯିବ । ସମ୍ପୂର୍ଣ୍ଣ ସର୍ଭେ କରାଯିବ ।  ଯାହା ଦ୍ୱାରା ଅଯୋଗ୍ୟ ପ୍ରବେଶଗୁଡିକୁ ଦୂର କରାଯାଇ ପାରିବେ ।  ସେହିପରି କିଛି ଚାକିରିଆମାନେ ସେମାନଙ୍କ ରାସନ କାର୍ଡ ଫେରାଇଛନ୍ତି ।  ଏହା ଦ୍ୱାରା ରାସନ କାର୍ଡ ବଣ୍ଟନ ବ୍ୟବସ୍ଥାରେ ସ୍ୱଚ୍ଛତା ରହିବ ।

“ମୋର ଅନୁରୋଧ ପରେ, କିଛି ଚାକିରିଧାରୀ ସେମାନଙ୍କର ରାସନ କାର୍ଡ ଫେରାଇଛନ୍ତି । ଆମେ କିଛି ଆୟକରଦାତାଙ୍କ ତାଲିକା ମଧ୍ୟ ପାଇଛୁ ।  ଆମେ ଏକ ସର୍ଭେ କରିବୁ  ।  ଯେଉଁମାନଙ୍କର ପ୍ରକୃତରେ ଭଲ ଆୟ ଅଛି, ସେମାନଙ୍କୁ ତାଲିକାରୁ ବାଦ ଦିଆଯିବ ।  ଯେଉଁମାନେ ଗରିବ ଲୋକ ସେମାନଙ୍କୁ ତାଲିକାରେ ସାମିଲ କରାଯିବ । ଶନିବାରଠାରୁ ଆବେଦନକାରୀଙ୍କ ପାଇଁ ଅନଲାଇନ୍ ପୋର୍ଟାଲ୍ ଉପଲବ୍ଧ ହେବ,” ମନ୍ତ୍ରୀ ଆହୁରି କହିଛନ୍ତି ।