Onn 3

ମନ୍ଦିରରେ ଗର୍ଭଗୃହରେ ପଶିଲା ପାଣି; ମା’ ଭଟ୍ଟାରିକାଙ୍କ ବିଗ୍ରହ ସ୍ଥାନାନ୍ତର

State

pani

ଆଠଗଡ: ଗତ କିଛି ଦିନ ହେବ ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ସବୁଠି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି  । ଆଠଗଡ ବଡମ୍ବା ମାଆ ଭଟ୍ଟାରିକାଙ୍କ ମନ୍ଦିରରେ ବନ୍ୟା ଜଳ ପଶିଛି  ।  ମନ୍ଦିର ବେଢ଼ା ଦେଇ ମନ୍ଦିରରେ ପ୍ରବେଶ କରିଛି ବନ୍ୟା ପାଣି । ମହାନଦୀରେ ଜଳସ୍ତର ବଢିଥିବାବେଳେ ଚଳିତ ବର୍ଷ ଦ୍ବିତୀୟଥର  ପାଇଁ ବନ୍ୟା ଜଳ ମାଆଙ୍କ ମନ୍ଦିରରେ ପଶିଛି  । ମନ୍ଦିର ଭିତରେ ୩ ଫୁଟର ବନ୍ୟା ପାଣି ଲହଡି ମାରୁଥିବା ଦେଖିବାକୁ ମିଳିଛି  ।

ଫଳରେ  ପାହାଡ଼ ଉପରେ ଥିବା ମା ’ଙ୍କ ଅସ୍ଥାୟୀ ପୂଜା ସ୍ଥଳୀକୁ  ସ୍ଥାନାନ୍ତର  ହୋଇଛନ୍ତି ମା’ ଭଟ୍ଟାରିକା । ଦେବୋତ୍ତର ବିଭାଗ ଉପସ୍ଥିତି ରେ ସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରାଯାଇଛି । ମା ଭଟ୍ଟାରିକାଙ୍କୁ  ଗତକାଲି ରାତି ୨ଟାରେ  ସେଠାକୁ  ସ୍ଥାନାନ୍ତର କରାଯାଇଥିଲା ।  ଅସ୍ଥାୟୀ ପୂଜାସ୍ଥଳରେ ଆଜି  ସକାଳୁ ମା’ ଙ୍କ ସକାଳ ଧୂପ ସହିତ ମଙ୍ଗଳ ଆଳତି, ମଇଲମ୍ ,ବଲ୍ଲଭ ଭୋଗ ହୋଇଛି ।