Onn 3

୪ ଓଡିଆ କଳାକାରଙ୍କୁ ମିଳିବ ସଙ୍ଗୀତ ନାଟକ ଏକାଡେମୀ ଅମୃତ ପୁରସ୍କାର

State

sang

ଭୁବନେଶ୍ବର: ୪ ଜଣ ଓଡିଆ କଳାକାରଙ୍କ ମିଳିବ ସଙ୍ଗୀତ ନାଟକ ଏକାଡେମୀ ଅମୃତ ପୁରସ୍କାର । ଓଡିଶାର ୪ ଜଣ କଳାକାରଙ୍କୁ ଏହି ପୁରସ୍କାର ମିଳିବ  । ଏହି ୪ କଳାକାର ହେଉଛନ୍ତି ଛଉ ନୃତ୍ୟ ଶିଳ୍ପୀ ସିଦ୍ଧେଶ୍ବର ଦାଶ, ଥିଏଟର ଏଳାକାର ଅନ୍ନତ ମହାପାତ୍ର , ଲୋକସଙ୍ଗୀତ ଏବଂ ବ୍ରହ୍ମା ବୀଣା ବିଶାରଦ ଆନନ୍ଦ ବାଗ୍  ଏବଂ ଗୋଟିପୁଅ ନୃତ୍ୟଶିଳ୍ପୀ ଗୋବିନ୍ଦ ଚନ୍ଦ୍ର ପାଲ  । ନୂଆଦିଲ୍ଲୀସ୍ଥିତ ବିଗ୍ୟାଂନ ଭବନରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି କଳାକାରମାନଙ୍କ ପୁରସ୍କୃତ କରିବେ ଉପରାଷ୍ଟ୍ରପତି  ।

ସ୍ବାଧୀନତାର ଅମୃତ ମହୋତ୍ସବ ଅବସରରେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ଅମୃତ ପୁରସ୍କାର ପାଇଁ  ଦେଶର ମୋଟ୍ ୮୪ଜଣ ବର୍ଷିଆନ କଳାକାରଙ୍କୁ ମନୋନୀତ  କରାଯାଇଛି  । ସେଥି ମଧ୍ୟରେ ଓଡିଶାର ୪ ଜଣ କଳାକାର ସାମିଲ ରହିଛନ୍ତି  । ପୁରସ୍କାର ବାବଦରେ ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କା ଅର୍ଥରାଶି, ତାମ୍ରପତ୍ର ଓ ଅଙ୍ଗବସ୍ତ୍ର  ପ୍ରଦାନ  କରାଯିବ  ।