Onn 3

ଚାଷୀଙ୍କ ଆଖିସାମ୍ନାରେ ଛେଳିକୁ ଗିଳିଲା ଅଜଗର

State

ajagara

ବାଲେଶ୍ଵର : ଚାଷୀଙ୍କ ଆଖିସାମ୍ନାରେ ଛେଳିକୁ ଗିଳିଲା ଅଜଗର । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ୍ ଢ଼ୋଲପୁର ଗାଁରେ  ।  ଗାଁର ରମାକାନ୍ତ ସିଂ ଛେଳି ଚରାଇବା ପାଇଁ ନିକଟରେ ଥିବା ଦେବଗିରି ପାହାଡ଼କୁ ଯାଇଥିଲେ। ଏତିକିବେଳେ ହଠାତ୍ ଏକ ୧୦ ଫୁଟ୍ ଲମ୍ବର ଅଜଗର ସାପ ତାଙ୍କର ଗୋଟିଏ ଛେଳିକୁ କାବୁ କରି ନେଇଥିଲା । ଛେଳିକୁ ଅଜଗରଟି ଗିଳୁଥିବା ଦେଖି ରମାକାନ୍ତ ଗାଁ ଲୋକଙ୍କୁ ଡାକିଥିଲେ  ।

ଗାଁ ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ  । ହେଲେ ସେତେବେଳକୁ ଅଜଗର ସାପଟି ଛେଳିଟିକୁ ସମ୍ପୂର୍ଣ୍ଣ ଗିଳି ସାରିଥିଲା  । ପରେ ସ୍ଥାନୀୟ ଲୋକେ ଏ ନେଇ କୂଳଡିହା ବନ ବିଭାଗକୁ ଜଣାଇଥିଲେ  । ବନ ବିଭାଗ କମର୍ଚାରୀ ମାନେ ଖବର ପାଇ ଅଜଗର ସାପଟିକୁ ଉଦ୍ଧାର କରି କୂଳଡିହା ସଂରକ୍ଷିତ ଜଙ୍ଗଲରେ ଛାଡିଛନ୍ତି। ସେପଟେ ବନ ବିଭାଗ ପକ୍ଷରୁ କ୍ଷତି ପୂରଣ ଦାବି କରିଛନ୍ତି ଚାଷୀ ରମାକାନ୍ତ ସିଂ  ।