Onn 3

ବାରିପଦା ବେତନଟୀ ରେଞ୍ଜର ବନ କର୍ମଚାରୀଙ୍କୁ ଦଳିଦେଲା ଦନ୍ତା

State

ବନ କର୍ମଚାରୀଙ୍କୁ ଦଳିଦେଲା ଦନ୍ତା। ବାରିପଦା ବେତନଟୀ ରେଞ୍ଜ ଅନ୍ତର୍ଗତ ବେଣାପୁରା ଗାଁ ନିକଟରେ ହାତୀ ଆକ୍ରମଣରେ ଦୁଇ ଜଣ ବନ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ଫରେଷ୍ଟର ପ୍ରଦୀପ ଦେହୁରୀ ଓ ପ୍ରୋଟେକ୍ଟସନ ଆସିଷ୍ଟାଣ୍ଟ ଯତୀନ କିସ୍କୁ ଅଛନ୍ତି। ଗତ କିଛି ଦିନ ଧରି ବେତନଟୀ ଓ ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଛି।

ଫଳରେ ଲୋକେ ଭୟଭୀତ ଅଛନ୍ତି। ଯାହାକୁ ନେଇ ବନବିଭାଗ ପକ୍ଷରୁ ପାଟ୍ରୋଲିଂ ଜାରି ରହିଛି। ଗତକାଲି ରାତିରେ ହାତୀଙ୍କୁ ଘଉଡାଉଥିବାବେଳେ ହାତୀ ଆକ୍ରମଣରେ ବଡାମପୁର ଫରେଷ୍ଟର ଏବଂ ଅସ୍ଥାୟୀ ପିଏ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥରେ ଉଭୟଙ୍କୁ ବାରିପଦା ସ୍ଥିତ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅବସ୍ଥା ଅଧିକ ଗୁରୁତର ହେବାରୁ ଫରେଷ୍ଟର ପ୍ରଦୀପଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।