Onn 3

କୋଲ୍ହଣ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗରେ ମେହେର ଜୟନ୍ତୀ  ଅନୁଷ୍ଠିତ

State
ବାରିପଦା : ଝାଡଖଣ୍ଡର ଚାଇଁବସା ସ୍ଥିତ କୋହ୍ଲୋନ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ବିଭାଗରେ ଗଙ୍ଗାଧର  ମେହେର ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି |ଏଥିରେ ବିଭାଗୀୟ ମୁଖ୍ୟ ଡ଼.ହରିହର ପ୍ରଧାନ ଓ ସହ ପ୍ରାଧ୍ୟାପକ ଡ଼. ମନୋଜ କୁମାର ମହାପାତ୍ର ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ ଏବଂ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ସୃଜନୀ ଗାରିମା ଉପରେ ବିସ୍ତୃତ ଆଲୋଚନା କରିଥିଲେ |ବିଭାଗୀୟ ସେମିନାର ସମ୍ପାଦକ ବିକାଶ ନାୟକ ମଞ୍ଚ ପରିଚାଳନା କରିଥିଲେ |ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ମୃତ୍ୟୁଞ୍ଜୟ ମିଶ୍ର ଓ ଅର୍ଚ୍ଚନା ବେହେରା ଜୟନ୍ତୀ ସମ୍ପର୍କରେ  ବକ୍ତବ୍ୟ ଦେଇଥିଲେ |ଏହି କାର୍ଯ୍ୟକ୍ରମରେ  ସାଗରିକା ମହାନ୍ତ, ଇପ୍ସିତା ମହାନ୍ତ, ସୁନିତା ରାଣୀ ଓରାମ, ସୁପ୍ରିତି ଗିରି,ଅନୁସୟା ସେଠି, ରୁପାଲି ବେହେରା ସମେତ ଅନ୍ୟ ଛାତ୍ରଛାତ୍ରୀ ସହଯୋଗ କରିଥିଲେ | ଶେଷରେ ବିକାଶ ନାୟକ ଧନ୍ୟବାଦ ଅର୍ପଣ କରି ସଭାକାର୍ଯ୍ୟକୁ ସମ୍ପର୍ଣ୍ଣ କରାଯାଇଥିଲା |