Onn 3

କୃଥିକା ପ୍ରଭାକରନଙ୍କୁ ଅପରାଜିତାଙ୍କ ଚାଲେଞ୍ଜ

Politics State

ଭୁବନେଶ୍ୱର:କୃଥିକା ପ୍ରଭାକରନଙ୍କୁ ଅପରାଜିତାଙ୍କ ଚାଲେଞ୍ଜ  । ଟୁଇଟ କରି ଖୋଲା ଚାଲେଞ୍ଜ ଦେଇଛନ୍ତି ସାଂସଦ ଅପରାଜିତା । କୃଥିକା ପ୍ରଭାକରଣଙ୍କ ସାହାସକୁ ନେଇ ପ୍ରଶ୍ନ କରିଛନ୍ତି । ଏତେ ସାହାସର କାରର କ’ଣ ବୋଲି ପ୍ରଶ୍ନ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଟାଗ କରିଛନ୍ତି ସାଂସଦ ଅପରାଜିତା ।

ଡେରାସ ଜମି ଦୁର୍ନୀତି ଧରାପଡିବା ପରେ କୃଥିକା ପ୍ରଭାକରଣ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଲିଗାଲ ନୋଟିସ ପଠାଇଛନ୍ତି । ସାସଂଦ ତାଙ୍କ ପ୍ରତି ଅପଶବ୍ଦ ବ୍ୟବହାର  କରିଛନ୍ତି ଯାହା  ତାଙ୍କର ଓ ତାଙ୍କ ପରିବାରର ମର୍ଯ୍ୟାଦାହାନୀ କରିଛି । ସେତିକି ନୁହେଁ, ସାଂସଦ ଅପରାଜିତା ତାଙ୍କ ଜମିରେ ଜୋରଜବରଦସ୍ତି ବେଆଇନ ଭାବେ ପ୍ରବେଶ କରିଥିବା ତାଙ୍କ ଆଇନଜୀବୀ ଦର୍ଶାଇ   ଅପରାଜିତା କ୍ଷମା ପ୍ରାର୍ଥନା କରିବାକୁ  ଦାବି କରିଛନ୍ତି ।

ଏହାର ଉତ୍ତର ସାଂସଦ ଟୁଇଟ କରି ଦେଇଛନ୍ତି । ସାଂସଦ ଲେଖିଛନ୍ତି,  ‘କୃଥିକା ପ୍ରଭାକରନ ମୋତେ ସର୍ବସାଧାରଣରେ କ୍ଷମା ମାଗିବାକୁ କହିଛନ୍ତି ।’   ଅତୃପ୍ତ ଲୋଭର ବଶବର୍ତ୍ତୀ ହୋଇ ଗରିବ ଚାଷୀଙ୍କ ଜମି ହଡପ କରି ନେଉଥିବା ଜଣେ ମହିଳା ମୋତେ କ୍ଷମା ମାଗିବାକୁ କହୁଛନ୍ତି ? ଆଶ୍ଚର୍ଯ୍ୟର କଥା !’

ଏତେ ସାହାସ କେମିତି ହେଲା ବୋଲି ପ୍ରଶ୍ନ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଟାଗ କରିଛନ୍ତି ସାଂସଦ ।