ଭୁବନେଶ୍ବର : ଚଳିତ ମାସ ୧୧ ଓ ୧୨ ତାରିଖରେ ରାଜ୍ୟରେ ବଜ୍ରପାତ ସହିତ ପ୍ରବଳ ବର୍ଷା ସମ୍ଭାବନା ଥିବାନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପରବର୍ତ୍ତୀ ସମୟରେ ବର୍ଷା ପରିମାଣ ବୃଦ୍ଧି ପାଇବା ସମ୍ଭାବନା ରହିଛି। ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ଏହାର ପ୍ରଭାବରେ ଚାନ୍ଦବାଲି, ବାଲେଶ୍ବର, ଭୁବନେଶ୍ବର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ରାଉରକେଲା, ଯାଜପୁର ଏବଂ ବୌଦ୍ଧ ଆଦି ଅଞ୍ଚଳରେ ବର୍ଷା ହୋଇଛି।
