Onn 3

ଶପଥ ନେଲେ ହାଇକୋର୍ଟର ୨ ବିଚାରପତି

State

କଟକ:ଶପଥ ନେଲେ ହାଇକୋର୍ଟର ଦୁଇ ବିଚାରପତି । ହାଇକୋର୍ଟ ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ର ମଙ୍ଗଳବାର ଦୁଇ ବିଚାରପତି ଶିବଶଙ୍କର ମିଶ୍ର ଏବଂ ଆନନ୍ଦ ଚନ୍ଦ୍ର ବେହେରାଙ୍କୁ ଶପଥପାଠ କରାଇଛନ୍ତି । ହାଇକୋର୍ଟ ଜଜ ସଂଖ୍ୟା ୩୩ ଥିବାବେଳେ ଦୁଇ ନୂଆ ବିଚାରପତିଙ୍କ ଶପଥ ପାଠ ପରେ ଏବେ ଓଡ଼ିଶା ହାଇକୋର୍ଟରେ ବିଚରପତିଙ୍କ ସଂଖ୍ୟା ୨୨ରେ ପହଞ୍ଚିଛି ।

ସେପ୍ଟେମ୍ବର ୨ ତାରିଖରେ କେନ୍ଦ୍ର ପକ୍ଷରୁ ଏକ ବିଜ୍ଞପ୍ତିରେ ମିଶ୍ର ଆଡଭୋକେଟ ଅନ ରେକର୍ଡ ଏବଂ ବେହରା ସିନିୟର ଜୁଡିସିଆଲ ଅଫିସର ଭାବେ ନିଯୁକ୍ତି ଦିଆଯିବା ନେଇ ସୂଚନା ଦିଆଯାଇଥିଲା । ଏହା ପୂର୍ବରୁ ଅର୍ଥାତ ଅଗଷ୍ଟ ୧୭ ତାରିଖରେ ସୁପ୍ରିମକୋର୍ଟ କଲେଜିଅମ  ଏହି ଦୁଇ ବିଚାରପତିଙ୍କ ନିଯୁକ୍ତି ପାଇଁ  ସୁପାରିସ କରିଥିଲେ ।

ଜଷ୍ଟିସ ଶିବଶଙ୍କର ମିଶ୍ର ତାଙ୍କର କ୍ୟାରିଅର ୧୯୯୧ରେ ଆରମ୍ଭ କରିଥିଲେ । ସିଭିଲ, କ୍ରିମିନାଲ  ଏବଂ ସର୍ଭିସ ଲରେ ତାଙ୍କର ବିଶେଷ ଅନୁଭୂତି ରହିଛି । ଓଡ଼ିଶା ସରକାର ପକ୍ଷରୁ ସେ ସୁପ୍ରିମକୋର୍ଟରେ ଆଡଭୋକେଟ ଅନ ରେକର୍ଡ ଦାୟିତ୍ୱରେ ଥିଲେ ।

ଜଷ୍ଟିସ୍  ମିଶ୍ର ଜୟପୁର ଠାରେ ୧୯୬୮ ମେ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ କୋରାପୁଟର ଜୟପୁର ଲ କଲେଜରୁ ଏଲଏଲବି ଡିଗ୍ରି ହାସଲ କରିଥିଲେ । ଆଇନଜୀବୀ ଭାବେ ତାଙ୍କର ୩୦ ବର୍ଷର ଅନୁଭବ ରହିଛି । ସେ ଓଡ଼ିଶା ହାଇକୋର୍ଟ ଓ ‌କେନ୍ଦ୍ର ସରକାରଙ୍କ ପାଇଁ ସୁପ୍ରିମକୋର୍ଟରେ ଆଇନଜୀବୀ ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି

ସେହିଭଳି ଆନନ୍ଦ ଚନ୍ଦ୍ର ବେହେରା ୨୩ ମେ ୧୯୬୪ ମସିହାରେ ବାଲେଶ୍ଵରରେ ଜନ୍ମ ଗ୍ରହଣ କରିଥିଲେ ।   ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଚାର ବିଭାଗୀୟ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି ଜଷ୍ଟିସ ବେହେରା ।