Rt

ପୋଖରୀରେ ବୁଡ଼ି ୩ ଶିଶୁ କନ୍ୟାଙ୍କ ମୃତ୍ୟୁ

State

ଆଗରପଡ଼ା :ପୋଖରୀରେ ବୁଡ଼ି ୩ଜଣ ଅଙ୍ଗନବାଡ଼ି ଶିଶୁ କନ୍ୟାଙ୍କ ମୃତ୍ୟୁ ଘଟଣା ଆଗରପଡ଼ା ମେଡ଼ିକାଲ ପରିସରରେ ଏକ ଣୋକାକୁଳ ପରିବେଶ ସୃଷ୍ଟି କରିଛି । ପ୍ରାପ୍ତ ସୂଚନା ଅନୁଯାୟୀ;କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅନ୍ତର୍ଗତ ଆତୁରୁକଣା ଅଙ୍ଗନବାଡ଼ି କେନ୍ଦ୍ରକୁ ସବୁଦିନ ପରି ମଙ୍ଗଳବାର ମଧ୍ୟ ପାୟଲ ପାତ୍ର(ସାଢେ ୪ବର୍ଷ),ଲିପ୍ସା ପାତ୍ର(ସାଢେ ୩ବର୍ଷ),ଭାରତୀ ପାତ୍ର(ସାଢେ ୪ବର୍ଷ)ସାଙ୍ଗମାନଙ୍ଗ ସହ ପଢିବା ପାଇଁ ଯାଇଥିଲେ । ଛଟି ହେବାପରେ ସମସ୍ତେ ପିଲାମାନେ ଘରକୁ ଫେରିଥିଲେ ସୁଦ୍ଧା ଉପରୋକ୍ତ ୩ଜଣ ଶିଶୁ ଘରକୁ ଫେରିନଥିଲେ । ଏଥିରେ ବ୍ୟତିବ୍ୟସ୍ତ ହୋଇ ଅଭିଭାବକମାନେ ସବୁଆଡ଼େ ଖୋଜାଖୋଜି କରିଥିଲେ । ଏହି ୩ଜଣ ଶିଶୁ ଏକ ପୋଖରୀରେ ଭାସୁଥିବାର ଦେଖି ତୁରନ୍ତ ଆଗରପଡ଼ା ମେଡ଼ିକାଲକୁ ଆଣିଥିଲେ ମାତ୍ର ମେଡ଼ିକାଲରେ ପହଂଚିବା ପୂର୍ବରୁ ସେମାନଙ୍କ ମୃତ୍ୟୁ ଘଟିଥିଲା ବୋଲି ମେଡ଼ିକାଲ ସୂତ୍ରରୁ ଜଣାପଡ଼ିଛି ।

ଏହି ୩ଜଣଙ୍କ ମୃତ୍ୟୁ ପାଇଁ ଅଙ୍ଗନବାଡ଼ି ଦିଦିଙ୍କ ଅବହେଳାକୁ ଅଭିଭାବକମାନେ ଦାୟୀ କରିଛନ୍ତି । ଏହି ୩ଜଣ ଶିଶୁଙ୍କ ମଧ୍ୟରୁ ଦୀନବଂଧୁ ପାତ୍ରଙ୍କ ୨ଟି ଝିଅଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏହି ଘଟଣାକୁ ନେଇ ଜିଛି ସମୟ ପାଇଁ ଆଗରପଡ଼ା ମେଡ଼ିକାଲରେ ମୃତ ଶିଶୁଙ୍କ ସଂପର୍କୀୟମାନଙ୍କ ହୃଦୟ ବିଦାରକ କ୍ରନ୍ଦନ ଦୃଶ୍ୟ ସମସ୍ତଙ୍କୁ ସ୍ତମ୍ଭିଭୂତ କରିଥିଲା ।