Onn 3

ସେପ୍ଟେମ୍ବର ୬ ତାରିଖ କୁ କଳା ଦିବସ ପାଳନ ପାଇଁ ଓଡ଼ିଶା କୁଡୁମି ସେନାର ସାମ୍ବାଦିକ ସମ୍ମିଳନୀ

State

ବାରିପଦା: ୧୯୫୦ ମସିହା ସେପ୍ଟେମ୍ବର ୬ ତାରିଖ ଦିନ ସମ୍ବିଧାନରେ କୁଡୁମି ସଂପ୍ରଦାୟକୁ ଏସଟି ମାନ୍ୟତାରୁ ଉଛେଦ କରିଛନ୍ତି ।ଯାହାକି କଡୁମି ଜାତିର ମୌଳିକ ଅଧିକାରକୁ ହତ୍ୟା କରି ଦିଆଯାଇଛି ।ଏହାକୁ ନେଇ ଦୀର୍ଘ ୭୦ ବର୍ଷରୁ ଉର୍ଦ୍ଧ୍ବ ହେଲା କୁଡୁମି ଜାତିକୁ ପୁନଃ ଏସଟି ମାନ୍ୟତା ଦେବା ପାଇଁ କୁଡୁମି ସଂପ୍ରଦାୟ ପକ୍ଷରୁ ଆନ୍ଦୋଳନ କରାଯାଉଛି ।ସାରା ଭାରତରେ କୁଡୁମି ସଂପ୍ରଦାୟର ଲୋକେ ୩ କୋଟିରୁ ଉର୍ଦ୍ଧ୍ବ ଲୋକେ ବସବାସ କରୁଥିବା ବେଳେ ଓଡ଼ିଶାର ୯ ଟି ଜିଲ୍ଲାରେ ୨୫ ଲକ୍ଷରୁ ଉର୍ଦ୍ଧ୍ବ କୁଡମି ସମାଜର ଲୋକେ ବସବାସ କରୁଛନ୍ତି ।ସରକାର ନିର୍ଵାଚନ ଆସିଲେ କେବଳ ଭୁଆଁ ଭୁଲାଉଛନ୍ତି । ତେଣୁ କୁଡୁମି ସଂପ୍ରଦାୟ ପକ୍ଷରୁ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ସେପ୍ଟେମ୍ବର ୬ କୁ କଳା ଦିବସ ପାଇଁ ଜୋରଦାର ପ୍ରସ୍ତୁତ କରାଯାଇଛି ବୋଲି କୁଡୁମି ସେନା ରାଜ୍ୟ ଅଧ୍ୟକ୍ଷ ଶ୍ରୀ ଦିବ୍ୟସିଂ ମହାନ୍ତ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି । ୨୪ ଵର୍ଷ ତଳେ ମୟୂରଭଞ୍ଜ ଜିଲ୍ଲାର ଯଶିପୁର ର ରାମତୀର୍ଥ ଠାରେ ମୁଖ୍ୟମନ୍ତ୍ରୀ କୁଡୁମି ସମାଜକୁ ଏସଟି ମାନ୍ୟତା ପ୍ରଦାନ ପାଇଁ ଘୋଷଣା କରିଥିଲେ । ସେହିଭଳି ୨୦୧୯ ନିର୍ବାଚନ ସମୟରେ ରାଜ୍ୟ ସରକାର କଉଡଉମଇ ଉନ୍ନୟନ ପରିଷଦ ଘୋଷଣା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।ହେଲେ ସବୁକିଛି ଫଳ ଶୂନ । ଯାହାକୁ ନେଇ କଉଡଉମଇ ସମାଜ ମଧ୍ୟରେ ଅସନ୍ତୋଷର ଦାନା ବୃଦ୍ଧି ପାଉଛି ।

ନିକଟରେ ମୟୂରଭଞ୍ଜ ପୂର୍ବତନ ସାଂସଦ ତଥା ରାଷ୍ଟ୍ରୀୟ ସେଙ୍ଗେଲ ଅଭିଯାନ ସଭାପତି ସାଲଖାନ ମୁର୍ମୁ କୁଡୁମି ସଂପ୍ରଦାୟକୁ ଏସଟି ମାନ୍ୟତା ଦିଆ ନ ଯାଉ ଏବଂ ସରକାର ଦେଇଥିବା କୁଡୁମି ଜାତିର‌ ଷ୍ଟାଟିଷ୍ଟିକାଲ ସର୍ଭେକୁ ରଦ୍ଦ କରାଯାଉ ବୋଲି କହିଛନ୍ତି ।ସଵୁ ତହସିଲରେ ତାଙ୍କ ଦଳ ପକ୍ଷରୁ କୁଡୁମି ସର୍ଭେ ରିପୋର୍ଟକୁ ପ୍ରତ୍ୟାହାର ପାଇଁ ଲିଖିତ ଦାବି ପ୍ରଦାନ କରାଯାଉଛି ତାହାକୁ କଡ଼ା ବିରୋଧ କରାଯାଇଛି ।ସାଲଖାନ ମୁର୍ମୁଙ୍କ ବିବୃତିକୁ ତିବ୍ର ନିନ୍ଦା କରାଯାଇଛି ।ସାଲଖାନ ମୁର୍ମୁ ଯଦି ତାଙ୍କ ମନ୍ତବ୍ୟ ପ୍ରତ୍ୟାହାର ନ କରନ୍ତି ତାହାହେଲେ ଆଗାମୀଦିନରେ ତାଙ୍କୁ ଘୋର ବିରୋଧ କରାଯିବ ।ସେମାନେ କହି ଛନ୍ତି ଆମର ଶେଷ ନିଷ୍ପତ୍ତି ନୋ ଏସଟି ନୋ ଭୋଟ । ତଦସହ ରାଜ୍ୟ ସରକାର କେବଳ ମୟୂରଭଞ୍ଜ ଜିଲ୍ଲାର କୁଡୁମି ସର୍ଭେ ରିପୋର୍ଟ ପାଇଁ ଅନୁମତି ଦେଇଛନ୍ତି ସ୍ବାଗତଯୋଗ୍ୟ ପଦକ୍ଷେପ ।ତଦସହ ଅନ୍ୟ ୮ ଟି କୁଡୁମି ବସତି ଜିଲ୍ଲାରେ ମଧ୍ୟ ଷ୍ଟାଷ୍ଟିଟିକାଲ ସର୍ଭେ ରିପୋର୍ଟ ପାଇଁ ସରକାର ଅନୁମତି ଦେବାପାଇଁ ଅନୁରୋଧ କରିଛନ୍ତି ।ସାମ୍ବାଦିକ ସମ୍ମିଳନୀରେ ଶିକ୍ଷାବିତ ତରଣୀ ସେନ ମହାନ୍ତ ,ନିର୍ମଳ ମହାନ୍ତ,ଫୁଣ୍ଟୁଷ ମହାନ୍ତ,ଭବାନୀ ଶଙ୍କର ମହାନ୍ତ, ପୂର୍ଣ୍ଣିମା ମହାନ୍ତ,ବାବୁରାମ ମହାନ୍ତ,ମନ ମୋହନ ମହାନ୍ତ,ପ୍ରତିଭା ମହାନ୍ତ ,ପରେଶ୍ ମହାନ୍ତି, ଲାଲମୋହନ ମହାନ୍ତ,ରୁଦ୍ର ପ୍ରସାଦ ମହାନ୍ତ, ଅରୁନ୍ଧତୀ ମହାନ୍ତ,ଗଣେଶ ମହାନ୍ତ,ଜଳଧର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।