Onn 3

ବିଜାତଳାର ବାଙ୍କବଳ କେନାଲରୁ ବୃଦ୍ଧଙ୍କ ମୃତଦେହ ଅଗ୍ନିଶମ କର୍ମଚାରୀଙ୍କ ଦ୍ବାରା ଉଦ୍ଧାର

Crime State

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଳକର ଵାଙ୍କବଳ ନଦୀବନ୍ଧରେ ଝୁଲଣ ଅବସରରେ ପ୍ରସିଦ୍ଧ ବାଙ୍କବଳ ମେଳା ୫ ଦିନ ଧରି ଚାଲିଆସୁଛି ।ଏହି ମେଳା ଦେଖିବାକୁ ଦୂର ଦୂରାନ୍ତରୁ ଲୋକେ ଛୁଟି ଆସନ୍ତି । ଶନିବାର ଦିନ ସଂନ୍ଧ୍ୟାରେ ବାଙ୍କବଳ ମେଳା ଦେଖିବାକୁ ଆସି ଘରକୁ ଫେରି ନ ଥିଲେ ।ଘରକୁ ଫେରି ନ ଥିବାରୁ ପରିବାର ଲୋକେ ବୃଦ୍ଧଙ୍କୁ ଖୋଜାଖୋଜି କରି ପାଇ ନ ଥିଲେ ।

ରବିବାର ସକାଳେ ଲୋକେ ବାଙ୍କବଳ କେନାଲରେ ବୃଦ୍ଧ ଭାସୁଥିବା ଦେଖି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଏବଂ ଅଗ୍ନିଶମ ବିଭାଗକୁ ଜଣାଇଥିଲେ ।ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କୁ କେନାଲରୁ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲ ପହଞ୍ଚାଇଥିଲେ । ଡାକ୍ତର ମୃତ ଘୋଷଣା କରିଥିଲେ ।ମୃତକ ହେଲେ ବିଜାତଳା ପଞ୍ଚାୟତର ଯୋଡା ପୋଖରୀ ଅଂଚଳର‌ ପଦ୍ମ ଟୁଡୁ (୫୫) । ପୋଲିସ ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୧୭/୨୩ ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିବା ସହ ତଦନ୍ତ କରୁଛନ୍ତି ।