Onn 3

ଶ୍ୱଶୁର ଘରକୁ ଯାଇ ଝୁଲି ପଡିଲେ ଡାକ୍ତର

Crime State

ଶ୍ୱଶୁର ଘରକୁ ଯାଇ ଝୁଲି ପଡିଲେ ଡାକ୍ତର । ରବିବାର ରାତିରେ ଶ୍ୱଶୁର ଘରକୁ ଯାଇଥିବାବେଳେ ଆଜି ସକାଳୁ ତାଙ୍କ ମୃତଦେହ ଝୁଲନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତ ଡାକ୍ତର ହେଉଛନ୍ତି ସୁରେନ୍ଦ୍ର ନାଥ ରଥ । ସେ ବ୍ରହ୍ମପୁର ଏମକେସିଜି କଲେଜ ଓ ହସ୍ପିଟାଲର ପୂର୍ବତନ ଛାତ୍ର ଏବଂ ଏବେ ଗଜପତିର ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଯୁଗ୍ମ ନିର୍ଦ୍ଦେଶକ ଦାୟିତ୍ୱରେ ଅଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଶନିବାର ରାତିରେ ଶ୍ୱଶୁର ଘରକୁ ଯାଇଥିଲେ ଡାକ୍ତର ରଥ । ସେଠାରେ ତାଙ୍କ ପତ୍ନୀ ଏବଂ ପିଲାମାନେ ପୂର୍ବରୁ ଥିଲେ । ରାତିରେ ଖାଇ ପିଇ ଶୋଇଥିଲେ । ଡାକ୍ତର ରଥ ଗୋଟିଏ ଘରେ ଏକୁଟିଆ ଶୋଇଥିଲେ ।

ସକାଳୁ ଡାକ୍ତର ରଥ ନ ଉଠିବାରୁ ଶ୍ୱଶୁର ଘର ଲୋକେ କବାଟ ବାଡେଇ ଥିଲେ । ହେଲେ ଭିତରୁ କୌଣସି ଉତ୍ତର ମିଳି ନଥିଲା । କବାଟ ଭାଙ୍ଗିବା ଡାକ୍ତର ରଥଙ୍କୁ ସିଲିଂ ଫ୍ୟାନରେ ଝୁଲନ୍ତ ଅବସ୍ଥାରେ ଦେଖିବାକୁ ପାଇଥିଲେ ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଏମକେସିଜି ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି କୁହାଯାଉଛି । ତେବେ ଆତ୍ମହତ୍ୟା ପଛରେ କ’ଣ କାରଣ ରହିଛି ତାହା ଏ ଯାଏ ସ୍ପଷ୍ଟ ହୋଇନାହିଁ ।