Onn 3

ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

Crime State

ଆଗରପଡ଼ା: ଚିକିତ୍ସାଧିନ ଅବସ୍ଥାରେ ଜନୈକ ମହିଳାଙ୍କ ମୃତ୍ୟୁକୁ ନେଇ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ଥାନା ନୂତନ ଆଇଆଇସି ଅମିତ ଭୂୟାଁ ଘଟଣାସ୍ଥଳରେ ପହଂଚି ପରିବାର ଲୋକଙ୍କୁ ବୁଝାସୁଝା କରିବା ପରେ ପରିବାର ଲୋକେ ଶବକୁ ଙରକୁ ନେଇଥିଲେ । ପ୍ରାପ୍ତ ସୂଚନା ମୁତାବକ,ସ୍ଥାନୀୟ ତ୍ରୀସାଲିଆ ଗ୍ରାମର ପରମାନନ୍ଦ ବେହେରାଙ୍କ ସ୍ତ୍ରୀ ଆଶାଲତା(୫୦)ହଠାତ୍ ଅସୁସ୍ଥ ହୋଇ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ।

ତାଙ୍କୁ ଅକ୍ସିମେନ ଦିଆଯାଉଥିବା ବେଳେ ହଠାତ୍ ଏହା ବନ୍ଦ ହୋଇଯାଇଥିଲା । ଯଦ୍ୱାରା ତାଙ୍କ ମୃତ୍ୟୁ ଘଟିଲା ବୋଲି ପରିବାର ଲୋକେ ଅଭିଯୋଗ କରୁଛନ୍ତି । ବିଦ୍ୟୁତ୍ ସଂଯୋଗ କଟାଯାଇ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ କାର୍ଯ୍ୟ ଚାଲିଥିଲା । ବିଦ୍ୟୁତ୍ କାଟ ହେବା କ୍ଷଣି ଅକ୍ସିଜେନ ବନ୍ଦ ହୋଇଯାଇଥିଲା । ପରେ ମହିଳାଙ୍କ ସଙ୍ଗେସଙ୍ଗେ ମୃତ୍ୟୁ ଘଟିଥିଲା ବୋଲି କୁହାଯାଉଛି । ମହିଳାଙ୍କ ମୃତ୍ୟୁର ପ୍ରକୃତ କାରଣ କିଛି ଜଣାପଡ଼ିନାହିଁ ।