Onn 3

ମହିଳାଙ୍କ ଠାରୁ ଚୋର ଝାମ୍ପି ନେଲା ୩ ଲକ୍ଷ ଟଙ୍କା

Crime State

ପୁରୀ: ଚୋର ଝାମ୍ପି ନେଲେ ୩ ଲକ୍ଷ ଟଙ୍କା। ମହିଳାଙ୍କ ଠାରୁ ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପି ନେଲେ ଲୁଟେରା । ପୁରୀ ତାଳବଣିଆ ଥାନା ଅଧୀନ ମଧୁବନ ନିକଟରେ ଜଣେ ମହିଳାଙ୍କ ଠାରୁ ୩ ଲକ୍ଷ ଟଙ୍କା ଲୁଟି ନେଲେ ୨ ଦୁବୃର୍ତ୍ତ । ଲୁଟ୍ ର ଶିକାର ହୋଇଛନ୍ତି ମଧୁବନ ଦ୍ଵିତୀୟ କେନ୍ଦ୍ରର ବିଚିତ୍ରା ବିଶ୍ୱାଳ ।

ବିଚିତ୍ରା ଓ ତାଙ୍କ ପୁଅ ଚିତ୍ରସେନ ବିଶ୍ୱାଳ ଗୁଣ୍ଡିଚା ମନ୍ଦିର ନିକଟସ୍ଥ SBI ବ୍ୟାଙ୍କ୍ ରୁ ଟଙ୍କା ଉଠାଇ ଘରକୁ ଫେରୁଥିଲେ । ଉଭୟ ମଧୁବନ ପ୍ରଥମ ଲେନ୍ ଅତିକ୍ରମ କରିବା ବେଳେ ୨ଜଣ ଦୁବୃର୍ତ୍ତ ଏକ ବାଇକରେ ଆସି ବିଚିତ୍ରାଙ୍କୁ ହାତରୁ ଟଙ୍କା ବ୍ୟାଗ୍ ଟି ଝାମ୍ପି ନେଇଥିବା ସେ ଥାନାରେ ଅଭିଯୋଗ କରିଛନ୍ତି ।

ଅଭିଯୋଗ ପରେ ତାଳବଣିଆ ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି । ସେହି ସ୍ଥାନରେ ଜଣେ ବ୍ୟକ୍ତିଙ୍କ ଘରର ସିସିଟିଭି କ୍ୟାମେରା ରେ ଲୁଟ୍ ଦୃଶ୍ୟ କଏଦ ହୋଇଛି । ପୋଲିସ ସିସିଟିଭି ଫୁଟେଜ୍ ଜବତ ସହ ଅଧିକ ତଦନ୍ତ କରୁଛି । ୨ ଲୁଟେରା ତାଙ୍କୁ ବ୍ୟାଙ୍କ୍ ରୁ ଟାର୍ଗେଟ କରିଥିବା ଜଣାପଡିଛି ।