Onn 3

ପାଟ୍ରୋଲିଂ ନ କଲେ କାର୍ଯ୍ୟାନୁଷ୍ଠାନ ହେଵ : ପିସିସିଏଫ୍‌

State

ଭୁବନେଶ୍ୱର: ବନ କର୍ମଚାରୀଙ୍କୁ ଆନ୍ଦୋଳନରୁ ଓହରିବାକୁ ପିସିସିଏଫଙ୍କ ଅପିଲ । ବନ କର୍ମଚାରୀଙ୍କ ଦାବି ସମ୍ପର୍କରେ ଆଲୋଚନା ଚାଲିଛି । ୮ ତାରିଖ ଯାଏଁ ସମୟ ଦିଆଯାଇଛି ତେଣୁ ଆନ୍ଦୋଳନରୁ ଓହରନ୍ତୁ । କିଛି କିଛି ସ୍ଥାନରେ ପଶୁଙ୍କ ଆକ୍ରମଣରେ ମୃତାହତ ଖବର ଆସୁଛି । ଏଭଳି ସ୍ଥଳରେ କାର୍ଯ୍ୟାନୁଷ୍ଠାନ ନେବାକୁ ଡିଏଫଓଙ୍କୁ ନିର୍ଦ୍ଦେଶ ଦେଇଛୁ ।

ଡ୍ୟୁଟିରେ ଥାଇ ପାଟ୍ରୋଲିଂ ନକଲେ କାଯ୍ରା୍ୟନୁଷ୍ଠାନ ପାଇଁ କହିଛୁ । ବର୍ତ୍ତମାନ ବି ପାଟ୍ରୋଲିଂ ଚାଲିଛି ପୋଲିସ ଏବଂ ରେଞ୍ଜର ମଧ୍ୟ ନିୟୋଜିତ ଅଛନ୍ତି । ଆବଶ୍ୟକ ହେଲେ ପାଟ୍ରୋଲିଂରେ ଆହୁରି ପୋଲିସ ନିଯୋଜିତ କରାଯିବ ।