ଜଳେଶ୍ୱର : ଥମୁନି ବେଆଇନ ଗୋଚାଲାଣ । ଚୋରା ଚାଲାଣ ବେଳେ ଦୁଇଟି ପିକଅପ ଭ୍ୟାନରେ ନିଆଁ ଲଗାଇଦେଲେ ଉତ୍ତ୍ୟକ୍ତ ଲୋକେ । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଜଳେଶ୍ବର କମର୍ଦ୍ଦା-ବାଲିଆପାଳ ମୁଖ୍ୟ ରାସ୍ତାର ତାରିଣୀ ଛକ ନିକଟରେ । ଗତକାଲି ବିଳମ୍ବିତ ରାତିରେ ୩ଟି ପିକଅପ୍ ଭ୍ୟାନରେ ୯୦ରୁ ଉର୍ଦ୍ଧ୍ବ ଗୋରୁ ବୋଝେଇ ହୋଇ ଓଡ଼ିଶାରୁ ପଶ୍ଚିମବଙ୍ଗ ଚାଲାଣ ହେଉଥିଲେ। କମର୍ଦ୍ଦା – ବାଲିଆପାଳ ମୁଖ୍ଯ ରାସ୍ତାର ତାରିଣୀ ଛକ ନିକଟରେ ସ୍ଥାନୀୟ ଲୋକେ ଗାଡି ଗୁଡିକୁ ଅଟକାଇବାରୁ ସେଠାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା।
