Onn 3

କଟକ ଚୌଦ୍ବାରରେ ମମର୍ନ୍ତୁଦ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

Crime State

ଚୌଦ୍ବାର : ୧୬ ନମ୍ବର ଜାତୀୟ ରାଜପଥ ମଙ୍ଗୁଳି ଛକ ପେଟ୍ରୋଲ ପମ୍ପ ନିକଟରେ ଅଭାବନୀୟ ଘଟଣା ଘଟିଛି  । ଟ୍ରକ ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଏବଂ ଦୁଇ ଜଣ ଗୁରୁତର ହୋଇଛନ୍ତି  । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ମୂତାବକ ଏକ ଟ୍ରକ ଦ୍ରୁତ ଗତିରେ କଟକରୁ ଚଣ୍ଡିଖୋଲ ଅଭିମୁଖେ  ଯାଉଥିଲା  । ଏତିକି ବେଳେ ଜଣେ ବ୍ୟକ୍ତି ଖାଦ୍ୟ ନେଇ ରାସ୍ତା ପାର୍ ହେଉଥିବାବେଳେ ତାଙ୍କୁ ଧକ୍କା ଦେଇଥିଲା । ମୃତ ବ୍ୟକ୍ତି ଜଣକ ଉତ୍ତର ପ୍ରଦେଶର ଶୋଲେ କୁମାର ବୋଲି ଜଣାପଡିଛି  । ସେପଟେ ଦୁର୍ଘଟଣା ଘଟିବା ପରେ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡିଛି  । ଫଳରେ ଏଥିରେ ଦୁଇ ଜଣ ଡ୍ରାଇଭର ଗୁରୁତର ହୋଇଛନ୍ତି । ଦୁଇ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି  । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି  ।