Rajibgandhi Panchyat Raj Sangathan Protibad

ଆମ ଓଡିଶା ନବୀନ ଓଡିଶା ଯୋଜନା ବିରୋଧରେ ରାଜୀବଗାନ୍ଧୀ ପଞ୍ଚାଯତରାଜ ସଂଗଠନ ର ପ୍ରତିବାଦ

State

ବାରିପଦା: ଆମ ଓଡ଼ିଶା ନବମୀ ଓଡିଶା ଯୋଜନା ରେ ପ୍ରତି ପଚାଂଯତ କୁ ପଚାଶ ଲକ୍ଷ ଟଙ୍କା ର ଅନୁମୋଦନ ହୋଇଛି। ଯାହା କି ଗଣତନ୍ତ୍ର ବିରୋଧୀ ବୋଲି ଅଭିଯୋଗ କରିଛି କଂଗ୍ରେସ ର ରାଜୀବଗାନ୍ଧୀ ପଞ୍ଚାଯତରାଜ ସଂଗଠନ। ଆଜି ମଯୁରଭଞ୍ଜ ଜିଲ୍ଲା ରାଜୀବଗାନ୍ଧୀ ପଞ୍ଚାଯତରାଜ ସଂଗଠନ ର ଜିଲ୍ଲା କୋଡିନେଟର ମିନକେତନ ବେହେରା ଓ ଭୁବନ ବିହାରୀ ସାହୁ କଂ ନେତୃତ୍ୱ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ରାଜୀବଗାନ୍ଧୀ ପଞ୍ଚାୟତରାଜ ସଂଗଠନ ର ଜୋନାଲ କୋଡିନେଟର ଶ୍ରୀ ନିରୋଜ ଲୋଚନ ଦାସ, ଓ ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସ। ବାରିପଦା ରୋଟାରୀ ଭବନ ଠାରୁ ଶତାଧିକ କଂଗ୍ରେସ କର୍ମୀ ବିରାଟ ଶୋଭାଯାତ୍ରା ରେ ବାହାରି ପଦଯାତ୍ରା କରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ଆମ ଓଡ଼ିଶା ନବିନ ଓଡିଶା ଯୋଜନା ରେ ପଞ୍ଚାଯତ ପ୍ରତିନିଧି କୁ ସାମିଲ କରିବା ପାଇଁ ଦାବି କରିଥିଲେ। ଆଗକୁ ନିର୍ବାଚନ ଥିବାରୁ କଂଗ୍ରେସ ମଧ୍ୟ ନିଜର ସଂଗଠନ କୁ ସୁଦୃଢ କରିବା ପାଇଁ ଚେଷ୍ଟା କରୁଥିବା ର ଦେଖିବାକୁ ମିଳିଛି।

ଆମ ଓଡିଶା ନବୀନ ଓଡିଶା ଯୋଜନା ରେ ପଞ୍ଚାଯତ ପ୍ରତିନିଧି କୁ ସାମିଲ୍ କରିବା ସହିତ ଗ୍ରାମସଭା ଓ ପଲ୍ଲୀ ସଭା ମାଧ୍ୟମରେ ଯୋଜନା ପ୍ରଣଯନ କରିବା ଦାବି କୁ ଗ୍ରହଣ କରିବା ପାଇଁ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ରାଜ୍ୟପାଳ କୁଂ ଦାବି ପତ୍ର ପ୍ରଦାନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ସ୍ବରସତୀ ହେମ୍ଭ୍ରମ, ପିସିସି ସଂପାଦକ ଚୈତନ ହାସଂଦା, ଓବିସି ମିଡ଼ିଆ ରାଜ୍ୟ ସଂଯୋଜକ ସୁକୁମାର ରଞନ ପ୍ରଧାନ, ଏଲ୍,ଡି,ଏମ୍ ବାରିପଦା ସଂଯୋଜକ ଶୀବାନନ୍ଦ ଦାସ, ବରିଷ୍ଠ କଂଗ୍ରେସ ନେତା ଅଜୟ ମହାପାତ୍ର, ଯୁବ ନେତା ତୁଷାର କାନ୍ତ ବେହେରା, ଦୁର୍ଗା ଟୁଡୁ, ଗୌରୀ ନାଏକ, ଇତିଶ୍ରୀ ମିଶ୍ର, ରସ୍ମିତା ମିଶ୍ର, ସରପଞ୍ଚ ଲମ୍ବୋଦର ସିଂ, ବାଦଲ ହେମ୍ଭ୍ରମ, ଦିପକ ଗିରି, ଦୀପକ ଦାସ, ମୁରଲୀ ନାଏକ, ଲାଳନ ସିଂ, ଯବା ଟୁଡୁ, ଟୁନା ପରିଡା, ଇନ୍ଦୁ ମହାନ୍ତି, ଭଜହରି ମହାନ୍ତ ,ଧରଣୀ ମହାନ୍ତ, ସୁଶାନ୍ତ ବେହେରା, ଯୁବ ନେତା ଉତ୍କଳ କେଶରୀ ପାଳ, ରଶ୍ମିରଞ୍ଜନ ମୁଖୀ, ଶୁଭସ୍ମିତା ବେହେରା, ସ୍ବାଗନ ଦାସ, ଅନୁପ ସରେନ, ଭୁବନ କର, ଅଜଯ ଦାସ, ବିଜଯ ସିଂ, ସତ୍ୟକାମ ସେନାପତି, ସହିତ ଶତାଧିକ କଂଗ୍ରେସ କର୍ମୀ ବିକ୍ଷୋଭ ସଭାଯାତ୍ରା ରେ ସାମିଲ ହୋଇ ସରକାର କଂ ଗଣତନ୍ତ୍ର ଓ ସମ୍ବିଧାନ ବିରୋଧୀ ଯୋଜନା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରି ସ୍ଲୋଗାନ ଦେଇଥିଲେ।