Onn 3

ବିଜୁ ଛାତ୍ର ଜନତା ଦଳ ମୟୂରଭଞ୍ଜ-୧ ତରଫରୁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ନୂତନ ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

State

ବାରିପଦା: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଓ ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସଙ୍କ ନିର୍ଦ୍ଦେଶ କ୍ରମେ ଓ ରାଜ୍ୟ ଛାତ୍ର ବିଜେଡ଼ି ସଭାପତି ତଥା ବାଙ୍କୀ ବିଧାୟକ ଶ୍ରୀଯୁକ୍ତ ଦେବୀରଞ୍ଜନ ତ୍ରିପାଠୀଙ୍କ ଆହ୍ଵାନ ରେ ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ଶ୍ରୀ ସୁନୀଲ କୁମାର ନାୟକଙ୍କ ନେତୃତ୍ଵରେ ବିଜୁ ଛାତ୍ର ଜନତା ଦଳ ମୟୂରଭଞ୍ଜ-୧ ତରଫାରୁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ନୂତନ ଛାତ୍ର ଛାତ୍ରୀ ମାନଙ୍କୁ କଲମ ଓ ଔଷଧୀୟ ଚାରା ଗଛ ଦେଇ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା |

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଛାତ୍ର ରାଜ୍ୟ ଛାତ୍ର ବିଜେଡ଼ି ସାଧାରଣ ସମ୍ପାଦକ ଦିବ୍ୟବ୍ରତ ମହାନ୍ତି, ପୂର୍ବତନ ବିଶ୍ୱବିଦ୍ୟାଳୟ ସଭାପତି ସଙ୍କର୍ଷଣ ପଣ୍ଡା,ବିଶ୍ୱବିଦ୍ୟାଳୟ କ୍ଯାମ୍ପସ କମିଟୀ କନଭେନସନ ଅଭିଷେକ ପଣ୍ଡା, ଜିଲ୍ଳା ଛାତ୍ର ଉପସଭାପତି , ଶୁଭଜିତ୍ ପାଣି, ଅକ୍ଷୟ ସିଂ, ସୌମ୍ଯକାନ୍ତ ମିଶ୍ର, ଜିଲ୍ଲା ଛାତ୍ର ସମ୍ପାଦକ ପ୍ରକାଶ ପାତ୍ର, ସହିତ ବହୁ ଛାତ୍ର ନେତା ପ୍ରମୁଖ ଉପସ୍ଥିତ ରହି ସାହାଯ୍ୟ କରିଥିଲେ |