Onn 3

ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା

sports State

ଆଗରପଡ଼ା: ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା ସ୍ଥାନୀୟ କୃଷ୍ଣଚରଣ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପରିଷଦ ସଭାପତି ପ୍ରଫୁଲ୍ଲ ଜେନା ଏହାକୁ ଉଦ୍‌ଘାଟନ କରିଥିଲେ । ବ୍ଲକ ଅଧ୍ୟକ୍ଷ ମନୋରଜଂନ ଘଡ଼େଇ,କୃଷ୍ଣଚରଣ ବିଦ୍ୟାମନ୍ଦିର ପ୍ରଧାନଶିକ୍ଷକ ଶରତ ଜେନା,ବ୍ଲକ ଶିକ୍ଷାଧିକାରୀ ମଂଜୁଳାବାଳା ନାୟକ ପ୍ରମୁଖ ଉପସ୍ଥିତ ଥିଲେ । କ୍ରିକେଟ,ଭଲିବଲ ଓ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ବନ୍ତ ଜୋନ ସଂପାଦକ ମନୋଜ ଶଂଖୁଆଙ୍କ ସମେତ ଜନ୍ମେଜୟ ନାୟକ, ଧୀରେନ୍ଦ୍ର ଷଡ଼ଙ୍ଗୀ, ଶୋଭାରାଣୀ ଦାସ, କୋଦଣ୍ଡଧର ସେଠୀ, ବିଜୟଲଷ୍ମୀ ମଲ୍ଲିକ, ସୁବୋଧ ପାତ୍ର, ଡ଼ଲିରାଣୀ ଦାସ, ସେକ ଆଝାରୁଦ୍ଦିନ, ଉମାକାନ୍ତ ଜେନା, ବିଦ୍ୟୁତ୍‌ଲତା ଦାସ, ଜଗନ୍ନାଥ ଦ୍ୱିବେଦୀ ପ୍ରମୁଖ ଖେଳ ଶିକ୍ଷକ ପ୍ରତିଯୋଗିତାଗୁଡ଼ିକୁ ପରିଚାଳନା କରିଥିଲେ । ଉକ୍ତ କ୍ରିଡ଼ାରେ ବ୍ଲକର ୩୨ ଗୋଟି ବିଦ୍ୟାଳୟରୁ ୧୭୬ ଜଣ ଭାଗ ନେଇଥିଲେ । ସୁଷମା ମଲ୍ଲିକ,ମିନତି ସାହୁ, ପ୍ରଜ୍ଞାପାରମିତା ଦାସ, ରଞ୍ଜିତା ନାୟକ, ବିଷ୍ଣୁପ୍ରିୟା ନାୟକ, ଅଶୋକ ଖିଲାର, ତୁରାମ ସିଂ, ନାରାୟଣ ରାଉତ, ଧନେଶ୍ୱର ଜେନା, ଗୋକୁଳାନନ୍ଦ ବେହେରା, ସାନ୍ତନୁ କୁମାର ସାହୁ, ସଞ୍ଜୟ କେତନ ଦାସ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।