Onn 3

ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

State

ବାରିପଦା: ଜାତୀୟ କ୍ରୀଡା ଦିବସ ଧ୍ୟାନ ଚାନ୍ଦ ଜନ୍ମଦିନ ପାଳନ ଅବସରରେ ଏକ ଭଲିବଲ ଟୁର୍ଣ୍ଣାମେଣ୍ଟ ମୟୂରଭଞ୍ଜ ଏଥଲେଟିକ ଏସୋସିଏସନ ଓ ମା’ କିଚକେଶ୍ୱରୀ ଭଲିବଲ ଏକାଡେମୀ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୫ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ । ଏଥିରେ ମା’ କିଚକେଶ୍ୱରୀ ଭଲିବଳ ଦଳ ଓ ଆଜାଦ୍ କ୍ଲବ, ବେଲଗଡିଆ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା ଏବଂ ମା’ କିଚକେଶ୍ୱରୀ ଭଲିବଳ ଦଳ ୩-୦ ସେଟରେ ଆଜାଦ୍ କ୍ଲବକୁ ହରାଇ ଚମ୍ପିଆନ ହୋଇଥିଲା । ଏଥିରେ ମୁଖ୍ୟ ଅତିଥିଭାବେ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀଯୁକ୍ତ ଅବନୀ କୁମାର ମହାନ୍ତି, ମୟୂରଭଞ୍ଜ ଏଥଲେଟିକ ଏସୋସିଏନର ସମ୍ପାଦକ ଶ୍ରୀଯୁକ୍ତ ବିଜୟ କୁମାର ଦାସ ଓ ଭଲିବଲ ସେକ୍ରେଟେରୀ ପାର୍ଥ ସାରଥି ସ୍ୱାଇଁ ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଏଥିରେ ସମ୍ମାନୀତ ଅତିଥିଭାବେ ଭାନୁପ୍ରତାପ ଭଞ୍ଜଦେଓ, ନାରୟଣ ପ୍ରଦାର, ପି.ଇ.ଟି., ପ୍ରଭାସ ସାହୁ, ଅମ୍ବିକା ରାଉତ, ଉମେଶ ସାହୁ, ବରିଷ୍ଠ କ୍ରୀଡାବିତ କୁମାର ରଂଜନ ପଣ୍ଡା, ବିଜୟ କୁମାର ଦାସ ( ମଣ୍ଟୁ ଦା ) , ନନ୍ଦଲାଲ ବେହେରା, ମୁକ୍ତେଶ୍ୱର ଜୀଉ, ମନୋଜ କୁମାର ପତି, ବିଜୟ କୁମାର ଜେନା, ବୈଦ୍ୟନାଥ ରଥ, ମନୋହର ମହାନ୍ତ ପ୍ରମୁଖ ଉପସ୍ଥିତ ରଖି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ।

ଏହି ଟୁର୍ଣ୍ଣାମେଣ୍ଟକୁ ରେଫରୀଭାବେ ହରିହର ମଲ୍ଲିକ, ଦୀପକ ବେହେରା, ମନୋରଂଜନ ଜୀଉ, ଏନ.ଆଇ.ଏସ କୋଚ ଓ ରାଜୁନାୟକ ପରିଚାଳନା କରିଥିଲେ । ଶ୍ରେଷ୍ଠ ଖେଳାଳୀ ଭାବେ ଲିଟନ, ଓମପ୍ରକାଶ, ବିଦ୍ୟାପତି ଓ ମନୋଜ କୁମାରଙ୍କୁ ଚୟନ କରାଯାଇଥିଲା । କୁନିକୁନି ପିଲାଙ୍କୁ ନେଇ ଚିତ୍ରାଙ୍କନ ଓ ମ୍ୟୁଜିକ ଚେୟାର ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା । ଜୁନିୟର ଚିତ୍ରାଙ୍କନ ପ୍ରତିଯୋଗିତାରେ ସରିତା ମାର୍ଣ୍ଡି, କେ.ଭି.ମୁର୍ଗାବାଡି ପ୍ରଥମସ୍ଥାନ , ଦେବୀଜ୍ୟୋତି ମହାପାତ୍ର, ସରସ୍ୱତୀ ସ୍କୁଲ, ଦ୍ୱିତୀୟ ସ୍ଥାନ, ଆଦିତ୍ୟ କୁମାର ପାତ୍ର, ଶ୍ରୀଅରବିନ୍ଦ ସ୍କୁଲ ଓ ମାମୀନା ତ୍ରିପାଠୀ, ଏମ.କେ.ସି.ହାଇସ୍କୁଲ ଯୁଗ୍ମ ତୃତୀୟସ୍ଥାନ ଅଧିକାର କରିଥିଲେ ସେହିପରି ସିନିୟର ଗ୍ରୁପରେ ଶୁଭ୍ରାଂଶୁ ପାତ୍ର, କେ.ଭି. ମୁର୍ଗାବାଡି, ପ୍ରଥମସ୍ଥାନ, ମୀନାକ୍ଷୀ ସେଠୀ, ସତ୍ୟସାଇ ବିଦ୍ୟାମନ୍ଦିର, ଦ୍ୱିତୀୟ ସ୍ଥାନ ଏବଂ ଓମପ୍ରକାଶ ହେମ୍ବ୍ରମ, ଅରବିନ୍ଦ ସ୍କୁଲ ଓ ମେଘାପ୍ରିୟଦର୍ଶିନୀ ଦାସ, କେ.ଭି. ଲକ୍ଷ୍ମୀପୋଷି ଯୁଗ୍ମ ତୃତୀୟସ୍ଥାନ ଅଧିକାର କରିଥିଲେ । ସେହିପରି ମ୍ୟୁଜିକ୍ ଚେୟାରରେ କୌଶିକ ଦାସ, ଏମ.କେ.ସି.ହାଇ ସ୍କୁଲ, ପ୍ରଥମସ୍ଥାନ, ଦିପ୍ତିମ ମହାନ୍ତ, ଏସ.ଭି.ଏସ. ସ୍କୁଲ, ଦ୍ୱିତୀୟସ୍ଥାନ ଏବଂ ଅଂଶିକା ଟୁଡୁ, ଜମୁନାଦେଇପୁର, ତୃତୀୟସ୍ଥାନ ଅଧିକାର କରିଥିଲେ । ଏହି କୁନିକୁନି ପିଲାଙ୍କ ପ୍ରତିଯୋଗିତାକୁ ସହଯୋଗ କରିଥିଲେ କୁମାରୀ ଦିବ୍ୟଜ୍ୟୋତି ଜୀଉ, କୁମାରୀ ଜୟଶ୍ରୀ ସିଂ, ଶ୍ରୀମତୀ ଶାନ୍ତିଲତା ରାଜ୍ , ହିମାଂଶୁ ରାଜ, ପୁରବୀ ଷଡଙ୍ଗୀ ଓ ଇସାନ ଶତପଥୀ । ସର୍ବଶେଷରେ ଭଲିବଲ ସେକ୍ରେଟେରୀ ଶ୍ରୀଯୁକ୍ତ ପାର୍ଥସାରଥି ସ୍ୱାଇଁ ଭଲିଭଲ ଖେଳାଳୀମାନଙ୍କର ଉନ୍ନତି ପାଇଁ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରି ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିବେ ବୋଲି ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ପ୍ରେରଣା ଦେଇଥିଲେ ।