Onn 3

୨୦ ବର୍ଷ ପରେବି ପାଳିତ ହେଉନି ହାଇକୋର୍ଟଙ୍କ ନିର୍ଦ୍ଦେଶ, ପଲିଥିନ୍ କାରବାରରେ ଲାଗୁନି ରୋକ୍‌

State

ଆଗରପଡ଼ା:ପରିବେଶ ପ୍ରଦୂଷଣ ହେବାର କାରଣ ଅନେକ ଥିବା ବେଳେ ପଲିଥିନ ଏକ ମୁଖ୍ୟ କାରଣ ସାଜିଛି । ଏହାକୁ ନଜରକୁ ନେଇ ମାନ୍ୟବର ହାଇକୋର୍ଟ ୨୦୦୨ ମସିହା ରେ ପଲିଥିନ ବ୍ୟବହାର କୁ ବିରୋଧ କରିବା ସହ ଏହା ବିରୁଦ୍ଧରେ କଡ଼ା କଡ଼ି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ରାଜ୍ୟ ସରକାର ଏହାର ବ୍ୟବହାର ପାଇଁ ନିଷେଧାଜ୍ଞା ଜାରି ମଧ୍ୟ କରିଛନ୍ତି । କିନ୍ତୁ ଇତି ମଧ୍ୟରେ ୨୦ ବର୍ଷ ବିତିଗଲା ପରେବି ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳିତ ହୋଇନପାରିବା ବଡ଼ ଦୁଃଖ ଓ ଅନୁତାପର ବିଷୟ । ୨୦୧୮ ଅକ୍ଟୋବର ୨ତାରିଖରୁ ରାଜ୍ୟର ୬ଟି ସହର ଯଥା ଭୁବନେଶ୍ୱର,କଟକ,ପୁରୀ,ରାଉରକେଲା ଓ ବ୍ରହ୍ମପୁରରେ ଏହାର ବ୍ୟବହାର ଉପରେ ରୋକ୍ ଲଗାଯାଇଥିଲା ଓ ୨୦୨୦ ଅକ୍ଟୋବର ୨ତାରିଖରୁ ସାରା ରାଜ୍ୟକୁ ପଲିଥିନ୍ ଓ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ସରକାର ଘୋଷଣା କରିଥିଲେ ସୁଦ୍ଧା ଏହାର ସଫଳ ରୂପାୟନ ଏବେ ସୁଦ୍ଧା ହୋଇ ପାରି ନାହିଁ । ବନ୍ତ ବ୍ଲକ ସମେତ ବିଭିନ୍ନ ଅଂଚଳରେ ପଲିଥିନ୍‌ର ବହୁଳ ବ୍ୟବହାର ଦେଖାଯାଇଛି । ଏଠାକାର ତେଜରାତି ଦୋକାନରୁ ଆରମ୍ଭ କରି ପନି ପରିବା , ମିଠା ନୋକାନ ସହ ମାଛ-ମାଂସ ଆଦି ବିଭିନ୍ନ ଦ୍ରବ୍ୟକୁ ଗ୍ରାହକମାନେ ପଲିଥିନ୍‌ରେ ନେଉଥିବାର ଦେଖାଯାଉଛି । ପଲିଥିନ୍ କୁ ବ୍ୟବହାର କରି ବିଭିନ୍ନ ସ୍ଥାନରେ ଫିଙ୍ଗାଯିବା ଦ୍ୱାରା ଏହାକୁ ଗାଈ ଗୋରୁ ମାନେ ଖାଇବା ଦ୍ୱାରା ତାଙ୍କର ପାଚନ ଶକ୍ତି ହ୍ରାସ ହେବା ସହ ତାଙ୍କୁ ବିଭିନ୍ନ ରୋଗ ଗ୍ରାସ କରୁଛି । ଏଥି ସହ ମୃତ୍ତିକା ଅବକ୍ଷୟ ମଧ୍ୟ ଘଟୁଛି । ପଲିଥିନ୍ କୁ ପୋଡ଼ିବା ଦ୍ୱାରା ମାଟିର ଉର୍ବରତା କମିବା ସହ ବାୟୁମଣ୍ଡଳ ଦୂଷିତ ହେଉଛି ।

ଏବେ ବିଭିନ୍ନ ଅଭିନନ୍ଦନର ବାର୍ତ୍ତାକୁ ପଲିଥିନ୍ ରେ ତିଆରି ବ୍ୟାନର ମାଧ୍ୟମରେ ଆଦୃତ କରାଯାଉଥିବାରୁ ଏହି ନିଷେଧାଜ୍ଞାର କାର୍ଯ୍ୟକାରି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ସବୁ ଭିତରେ ହଜିଯାଇଛି ଠୁଙ୍ଗା ବେଉସା । ଆଗରୁ ପଲିଥିନ୍ ର ପ୍ରଚଳନ ନ ହେଉଥିବା ବେଳେ କାଗଜରେ ତିଆରି ଠୁଙ୍ଗାକୁ ବ୍ୟବସାୟୀ ଉପକରଣ ରୂପେ ବାଛି ନେଇଥିଲେ କିଛି ବେପାରି । ଏହାକୁ ପ୍ରାଥେୟ କରି ନିଜ ଗୁଜୁରାଣ ମେଣ୍ଟାଇ ପାରୁଥିଲେ ସେମାନେ । କିନ୍ତୁ ପରିବର୍ତ୍ତନଶୀଳ ଦୁନିଆରେ ପଲିଥିନ୍ ତୁଳନାରେ ଠୁଙ୍ଗା ତିଆରି ର ସଠିକ୍ ପାରିଶ୍ରମିକ ମୂଲ୍ୟ ପାଇପାରୁନଥିବାରୁ ଏହା ସଂପୂର୍ଣ୍ଣ ହ୍ରାସ ପାଇଛି । ଆଗରପଡ଼ା ଅଂଚଳର କିଛି ବେପାରୀ ଙ୍କୁ ଯୋଗାଯୋଗ କରିବାରୁ ଜଣାଯାଏ ଯେ ପଲିଥିନ୍ ର ବହୁଳ ବ୍ୟବହାର ଯୋଗୁଁ ଠୁଙ୍ଗାର ଚାହିଦା କମିଯାଇଛି । ଠିକ୍ ସେହିପରି କିଛି ଦୋକାନି ଙ୍କୁ ଯୋଗାଯୋଗ କରିବାରୁ ସେମାନେ ଅଭିଯୋଗ କରନ୍ତି ଯେ ଠୁଙ୍ଗାର ଅଭାବିଯୋଗୁଁ ସେମାନେ ବାଧ୍ୟ୍ୟ ହୋଇ ପଲିଥିନ୍‌ରେ ଗ୍ରାହକଙ୍କୁ ଜିନିଷପତ୍ର ଦେଉଛନ୍ତି । ତେଣୁ ସରକାର ଠୁଙ୍ଗା ବ୍ୟବସାୟୀଙ୍କୁ ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ ପ୍ରୋତ୍ସାହନ ଯୋଗାଇ ଦେବା ସହ ମହିଳା ସ୍ୱୟଂସହାୟିକା ଗୋଷ୍ଠୀ ମାନଙ୍କୁ ଠୁଙ୍ଗା ବ୍ୟବସାୟ ଭପରେ ନିୟୋଜିତ କରାଇ ପାରିଲେ ଏକ ସୁନିଶ୍ଛିତ ଧ୍ୱଂସାଭିମୁଖ ପରିବେଶକୁ ମୁକ୍ତ କରିବା ସହ ଠୁଙ୍ଗାକୁ ପଲିଥିନ୍‌ର ବିକଳ୍ପ ଭାବେ ଠିଆ କରିପାରନ୍ତେ ବୋଲି ପରିବେଶବିତ୍ ମାନେ ମତବ୍ୟକ୍ତ କରୁଛନ୍ତି । ସରକାର ଏହିସବୁକୁ ଆଖିଆଗରେ ରଖି ପଲିଥିନ୍‌ର ବିକଳ୍ପ କୁ ବ୍ୟବହାର ପାଇଁ କଡ଼ାକଡ଼ି ନିର୍ଦ୍ଦେଶ ଦେବା ସହ ପରିବେଶ ସୁରକ୍ଷା ଓ ଜନମାନସର ଜୀବନକୁ ସରସ ସୁନ୍ଦର କରିବାପାଇଁ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।