Onn 3

ଦଳିଦେଲା ଦନ୍ତା: ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

State

ଅନୁଗୁଳ : ଥମୁନି ହାତୀ ଆତଙ୍କ  । ଦିନକୁ ଦିନ ହାତୀଙ୍କ ଉପଦ୍ରବ ବଢିବାରେ ଲାଗିଛି  । କେତେବେଳେ ହାତୀପଲ ଗାଁ ମୁହାଁ ହେଉଛନ୍ତି ତ ଆଉ କେତେବେଳେ ହାତୀ ଆକ୍ରମଣରେ ବହୁମୂଲ୍ୟ ଜୀବନ ଚାଲିଯାଉଛି  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ବନଖଣ୍ଡ ତଳଗଡ଼ ଗାଁରେ  ।  ବଗିଚାରେ କାମ କରିବାବେଳେ ଦମ୍ପତିଙ୍କୁ ଦଳି ଦେଲା ହାତୀ। ଘଟଣାସ୍ଥଳରେ ମହିଳାଙ୍କର ମୃତ୍ୟୁ ଘଟିଥିବାବେଳେ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି। ମୃତକ ସୁଲୋଚନା ବିଶ୍ୱାଳ ବୋଲି ଜଣାପଡିଛି  ।  ସ୍ୱାମୀ ଛବିନ୍ଦ୍ର ବିଶ୍ୱାଳଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି  । ଘଟଣା ସ୍ଥଳରେ ଉତ୍ତେଜନା ଲାଗିରହିଛି ।

ଆଜି ସକାଳେ ସୁଲୋଚନା ଓ ଛବିନ୍ଦ୍ର ବଗିଚାରେ କାମ କରୁଥିଲେ। ଏହି ସମୟରେ ଏକ ଦନ୍ତା ହାତୀ ବଗିଚା ମଧ୍ୟକୁ ପଶି ଆସି ସୁଲୋଚନାଙ୍କୁ ଆକ୍ରମଣ କରିଥିଲା  । ଫଳରେ ଘଟଣାସ୍ଥଳରେ ହିଁ ସୁଲୋଚନାଙ୍କର ମୃତ୍ୟୁ ଘଟିଥିଲା  । ସୁଲୋଚନାଙ୍କୁ ବଞ୍ଚାଇବାକୁ ତାଙ୍କ ସ୍ବାମୀ ଛବିନ୍ଦ୍ର ମଧ୍ୟ ଗୁରୁତର ହୋଇଛନ୍ତି । ବନ୍ତଳା ବନାଞ୍ଚଳରେ ବାରମ୍ବାର ଏଭଳି ଘଟଣା ଘଟୁଛି  । ଗ୍ରାମବାସୀ ମାନେ ଏ ନେଇ ବନ ବିଭାଗକୁ ଜଣାଇଲେ ସୁଦ୍ଧା କୌଣସି ସୁଫଳ ମିଳିନି  ।  ହାତୀଙ୍କ ଦୌରାତ୍ମକୁ  ଦେଖି ତଳଗଡ ଗାଁ ଲୋକେ ଭୟଭୀତ ହୋଇପଡିଛନ୍ତି।