ନୂଆଦିଲ୍ଲୀ : ଶକ୍ତିଶାଳୀ ଭୂକମ୍ପରେ ଥରିଲା ବାଲି। ଇଣ୍ଡୋନେସିଆର ବାଲି ସାମୁଦ୍ରିକ ଅଞ୍ଚଳରେ ଭୂକମ୍ପ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ରହିଛି ୭.୦। ସମୁଦ୍ର ମଝିରେ ଭୂକମ୍ପ ଯୋଗୁଁ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ। ଆମେରିକା ଭୂ-ବିଜ୍ଞାନ ସର୍ଭେ ସଂସ୍ଥା ଅନୁଯାୟୀ, ଗିଲ୍ଲି ଏୟାର ଦ୍ବୀପର ଉତ୍ତର-ପୂର୍ବରେ ପ୍ରାୟ ୧୮୨ କିଲୋମିଟର ଦୂରତା ଝଟକା ଲାଗିଛି । ତେବେ ଭୂମିକମ୍ପ ପରେ ସୂନାମୀ ସତର୍କତା ଜାରି ହୋଇନାହିଁ ।