ଭୁବନେଶ୍ୱର: ରାଜ୍ୟର ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ସେଞ୍ଚୁରିଅନ୍ ୟୁନିଭର୍ସିଟି ଅଫ୍ ଟୋକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ (ସିୟୁଟିଏମ୍) ଏବଂ ଓଡ଼ିଶା ସରକାରଙ୍କ ଗୋପାବନ୍ଧୁ ଏକାଡେମୀ ଅଫ୍ ଆଡ୍ମିନିଷ୍ଟ୍ରେଶନ (ଜିଏଏ) ଭୁବନେଶ୍ୱର ମଧ୍ୟରେ ଏକ ବୁଝାମଣାପତ୍ର (ଏମ୍ଓୟୁ) ନିକଟରେ ସ୍ବାକ୍ଷର ହୋଇଯାଇଛି। ବିଶେଷକରି ଏକାଡେମିକ୍, ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ଆଦି କ୍ଷେତ୍ରରେ ମିଳିତ ସହଭାଗିତା ପ୍ରତିଷ୍ଠା ପାଇଁ ଉକ୍ତ ରାଜିନାମା ହୋଇଥିବା ଜଣାପଡିଛି। ଏହି ପରିପ୍ରେକ୍ଷୀରେ ଜିଏଏର ମହାନିର୍ଦ୍ଦେଶକ ରାଜକୁମାର ଶର୍ମାଙ୍କ ଉପସ୍ଥିତିରେ ସିଜିଜିଓର ନିର୍ଦ୍ଦେଶକ ଡ. ଶଶାଙ୍କ ଗ୍ରହାଚାର୍ଯ୍ୟ ଏବଂ ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟର ସଭାପତି ପ୍ରଫେସର ଡ. ମୁକ୍ତିକାନ୍ତ ମିଶ୍ର ଉକ୍ତ ରାଜିନାମା ସ୍ବାକ୍ଷର କରିଛନ୍ତି।
