Onn 3

ନୂତନ ସିଆର୍‌ସିସିଙ୍କ ଯୋଗଦାନ ଅବସରରେ କ୍ଲଷ୍ଟର ସ୍ତରୀୟ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ

State

ଆଗରପଡ଼ା:ଶନିବାର ବନ୍ତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଧୀନସ୍ଥ ନରାଜପୁର କ୍ଲଷ୍ଟରରେ ନୂତନ ଭାବେ ନିଯୁକ୍ତି ପାଇଥିବା ସିଆର୍‌ସିସି ପ୍ରଦୀପ ପଲେଇଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ଏହି ଅବସରରେ ନରାଜପୁର ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଗୌରୀଶଙ୍କର ସରୋଜ କୁମାର ଯେନାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବଡ଼ମହିଁଷଗୋଠ ପଂଚାୟତ ସରପଂଚ ପ୍ରତିନିଧି ଦୀପକ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଅବସର ପ୍ରାପ୍ତ ଶିକ୍ଷକ ଯୁଧିଷ୍ଟିର ବାରିକ ଯୋଗଦେଇଥିଲେ ।

ସମ୍ମାନୀତ ଅତିଥି ଭାବେ ବ୍ଲକ ଯୁବ ବିଜେଡ଼ି ସଭାପତି ସତ୍ୟ ସାଧନ ବେଜ, ଅବସର ପ୍ରାପ୍ତ ଶିକ୍ଷକ ଗଜେନ୍ଦ୍ର ରାଉତ, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡ଼େରେସନ ଅବସର ପ୍ରାପ୍ତ ସଭାପତି ରାମଚନ୍ଦ୍ର ଯେନା,ଆଗରପଡ଼ା ମହାବିଦ୍ୟାଳୟ ଅବସରପ୍ରାପ୍ତ କିରାଣୀ ଚକ୍ରଧର ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ । ଉକ୍ତ ସଭାରେ ଶିକ୍ଷକ ଶରତ ଚନ୍ଦ୍ର ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ପଂଚାନନ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ । କ୍ଲଷ୍ଟର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଆୟୋଜିତ ସଭାର ବିଭିନ୍ନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।